ମା’ ଟଙ୍କପାଣିଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଜାରି ରହିଛି ଅହୋରାତ୍ର ନାମ ସଂକୀର୍ତ୍ତନ

ବିପଦ ଆପଦରେ ସାହା ଜଗତଜନନୀ ମା’ ଟଙ୍କପାଣି। ଚାରିଖଣ୍ଡ ଗାଁର ଶହ ଶହ ପରିବାରର ସୁଖ ଦୁଃଖର ସାଥି ଏଇ ବିପଦଭଞ୍ଜନୀ ମା’ ଟଙ୍କପାଣି। କେନ୍ଦ୍ରାପଡା ଜିଲ୍ଲା ଗରଦପୁରୁ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର ପନ୍ଦିଆ ଗ୍ରାମର ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀର ଉତ୍ତରପାର୍ଶ୍ଵ ପଠାରେ କାହିଁ କେଉଁ ଆବାହମାନ କାଳରୁ ମା’ଙ୍କର ଚାଳଛପର ଘର ଥିଲା। ଏହି ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀରେ ବନ୍ୟା ଜଳ ଆସିଲେ ମା’ଙ୍କ ମନ୍ଦିର ବୁଡିଯାଏ ଓ ଚାଳଛପର ଘର ଭାସିଯାଏ। ବନ୍ୟା ଛାଡିବା ପରେ ଭକ୍ତମାନେ ମା’ଙ୍କ ଘରକୁ ପୁଣି ଥରେ ଛପର କରିଥାନ୍ତି।

tankapani1

ବନ୍ୟାଦାଉରୁ ମା’ଙ୍କୁ ରକ୍ଷା କରିବା ପାଇଁ ଗାଁ କମିଟି ନିଷ୍ପତ୍ତି ନେଲା। ଚାରିଖଣ୍ଡି ଗାଁର ଲୋକମାନେ ମା’ଙ୍କ ଲାଗି ପକ୍କା ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଆଦାୟ କଲେ। ଆଉ ସେଇ ଅର୍ଥରେ ନିର୍ମାଣ ହୋଇଛି ଏହି ଭବ୍ୟ ଟଙ୍କପାଣି ମନ୍ଦିର।

tankapani2

ତିନିଦିନ ବ୍ୟାପୀ ଜାଗଯଜ୍ଞର ଆୟୋଜନ କରାଯିବା ସହିତ ଅହୋରାତ୍ର ନାମ ସଂକୀର୍ତ୍ତନ ଓ ଦୈନିକ ପ୍ରସାଦ ସେବନ କରାଯାଇ ଏହି ନୂତନ ମନ୍ଦିରରେ ମା’ଙ୍କ ମୂର୍ତ୍ତିକୁ ପ୍ରତିଷ୍ଠା କରାଯାଇଛି। ମା’ ଟଙ୍କପାଣିଙ୍କ ନୂତନ ମନ୍ଦିର ପ୍ରବେଶ ଅବସରରେ ସାରା ଗାଁରେ ଲାଗିରହିଛି ଖୁସିର ମାହୋଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.