ଦୀପାବଳି ପୂର୍ବରୁ ଅଘଟଣ, ସାନିଟାରୀ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର(କେନ୍ଯୁଜ୍) : ଦୀପାବଳି ପୂର୍ବରୁ ଅଘଟଣ।  ସାନିଟାରୀ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ। ଗତକାଲି ରାତିରେ ଭୁବନେଶ୍ୱର ପୁରୁଣା ଷ୍ଟେସନ ବଜାରରେ ଥିବା ଗର୍ଗ ଟ୍ରେଡିଂ ସେଣ୍ଟରରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଗୋଦାମରେ ପ୍ଲାଷ୍ଟିକ ଜିନିଷ ଅଧିକ ଥିବାରୁ ନିଆଁ ଶୀଘ୍ର ବ୍ୟାପିଯାଇଥିଲା। ତେବେ ଘର ଭିତରେ ଥିବା ୧୦ଜଣ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡ ନେଇ ତଦନ୍ତ ଜାରି ରହିଛି।