ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକ ନିଲମ୍ବିତ, ଦୁର୍ନୀତି ଅଭିଯୋଗରେ ହୋଇଥିଲେ ଗିରଫ

କଳାହାଣ୍ଡି : ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ ନିଲମ୍ବିତ । ଦୁର୍ନୀତି ଅଭିଯୋଗରେ ଗିରଫ ପରେ ନିଲମ୍ବନ କଲେ ରାଜ୍ୟ ସରକାର । ଅଗଷ୍ଟ ୨ତାରିଖରେ ସେ ଭବାନୀପାଟଣାରୁ କୋରାପୁଟ ଯାଉଥିବା ବେଳେ ତାଙ୍କ ସରକାରୀ ଗାଡ଼ିରୁ ପ୍ରାୟ ୫ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏତେ ଟଙ୍କା ନେଇ ସେ ସନ୍ତୋଷଜକ ଉତ୍ତର ଦେଇପାରିନଥିଲେ । ପରେ ତାଙ୍କୁ କୋରାପୁଟ ଦୁର୍ନୀତି ନିର୍ବାରଣ ବିଭାଗ ଗିରଫ କରି ଅଗଷ୍ଟ ୧୪ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହା ପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ କାଳରେ ସେ କଳାହାଣ୍ଡି ଜିଲ୍ଲା ପରିଷଦର ମୁଖ୍ୟ ଅଧିକାରୀଙ୍କ ନିୟନ୍ତ୍ରଣରେ ରହିବେ। ତାଙ୍କ ବିନା ଅନୁମତିରେ ସେ ସଦର ମହକୁମା ଛାଡ଼ିବେ ନାହିଁ।

ସୂଚନା ଅନୁସାରେ ଅଗଷ୍ଟ ୧ରେ ଭବାନୀପାଟଣାରୁ ବୈଠକ ସାରି ସରକାରୀ ଗାଡିରେ ଫେରିବା ବେଳେ ଜାରିଂ ଛକରେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ୪.୯୨ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଥିଲେ ବିଡ଼ିଓ ଅକ୍ଷମିତା କାର୍ତ୍ତିକ । ଏତେ ଟଙ୍କା କେଉଁଠୁ ଆଣିଲେ ଭିଜିଲାନ୍ସ ପଚାରିବାରୁ ଜବତ ଟଙ୍କାର ତଥ୍ୟ ପ୍ରମାଣ ଦେଇପାରିନଥିଲେ ବିଡ଼ିଓ । ଯାହା ଫଳରେ ଆଜି ଭିଜିଲାନ୍ସ ଟିମ୍‍ ତାଙ୍କୁ ଗିରଫ କରିଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସର ୪ଜଣିଆ ଟିମ୍‍ ।

ସୂଚନା ଯୋଗ୍ୟ ଅକ୍ଷମିତା ପୂର୍ବରୁ ନବରଙ୍ଗପୁର ଓ ରାୟଗଡା ଜିଲ୍ଲାରେ ନିଯୁକ୍ତ ଥିବା ସମୟରେ ମଧ୍ୟ ଅନେକ ବିଭାଗୀୟ ଜାଲିଆତିରେ ସାମିଲ ହୋଇ କୋଟି କୋଟି ଟଙ୍କା ଲୁଟ କରିଥିବା ସୂଚନା ପାଇଛି ଭିଜିଲାନ୍ସ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.