ବଢ଼ିଲା ସୁନା ଦର, କିଣିବାକୁ ଯିବା ପୂର୍ବରୁ ଜାଣିନିଅନ୍ତୁ ଆଜି କେତେ ରହିଛି ଦାମ୍‌

ପ୍ରତ୍ୟେକ ଦିନ ସୁନା ଓ ରୂପା ଦରରେ ପରିବର୍ତ୍ତନ ହୋଇଥାଏ। ଆଉ ଆପଣ ଯଦି ସୁନା ମୂଲ୍ୟର ତାଜା ଅପଡେଟ ପାଇବାକୁ ଚାହୁଁଛନ୍ତି, ତାହେଲେ ଆମର ଏ ପାଠ୍ୟକ୍ରମକୁ ନିଶ୍ଚୟ ପଢ଼ନ୍ତୁ। ଆଜି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦାମ୍‌ ୧୦ ଗ୍ରାମ ପ୍ରତି ୪୦୦ ଟଙ୍କା ବୃଦ୍ଧି ପାଇ ୪୬,୭୦୦ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪୦ ଟଙ୍କା ବୃଦ୍ଧି ପାଇ ୫୦,୯୫୦ ଟଙ୍କା ରହିଛି। ଆଜି ଭାରତୀୟ ବଜାରରେ ସୁନା ମୂଲ୍ୟ ପରିବର୍ତ୍ତନ କରାଯାଇଛି। ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ହଜାର ୭୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦ ହଜାର ୯୫୦ ଟଙ୍କା ରହିଛି।

ଦେଶର ପ୍ରମୁଖ ସହରମାନଙ୍କରେ ମଧ୍ୟ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୪୬ ହଜାର ୩୦୦ ଟଙ୍କା ଓ ୫୦ ହଜାର ୫୧୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬ ହଜାର ୩୦୦ ଟଙ୍କା ଓ ୫୦ ହଜାର ୫୧୦ ଟଙ୍କା ରହିଛି। ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ମୂଲ୍ୟ ୪୭ ହଜାର ୫୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ମୂଲ୍ୟ ୫୧ ହଜାର ୮୭୦ ଟଙ୍କା ଥିବା ରେକର୍ଡ ହୋଇଛି।

ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬ ହଜାର ୩୦୦ ଟଙ୍କା ଓ ୫୦ ହଜାର ୫୧୦ ଟଙ୍କା ରହିଛି। ଆଜି ରୂପା ମୂଲ୍ୟ ବଢ଼ିଛି। ରୂପା ଦର କିଲୋଗ୍ରାମ ପ୍ରତି ୬୫ ହଜାର ଟଙ୍କା ଥିବା ନେଇ ରେକର୍ଡ ହୋଇଛି।

Leave A Reply

Your email address will not be published.