ବ୍ରହ୍ମଗିରୀ : ବାଇକି ଡ଼ିକି ଭାଙ୍ଗି ୭୦ ଲକ୍ଷ ଟଙ୍କାର ସୁନା ଓ ରୂପା ଲୁଟ | ବ୍ରହ୍ମଗିରି ଖଜୁରୀଆ ବଜାରରୁ ଲୁଟ୍ ହୋଇଛି | ଜୁଏଲାରୀ ୱର୍କସପ ନିକଟରୁ ସୁନା ରୂପା ଚୋରି ହୋଇଥିବା ବ୍ରହ୍ମଗିରି ଥାନାରେ ଅଭିଯୋଗ ହୋଇଛି | ବାଇକ୍ ଡିକି ଭାଙ୍ଗି ୪୦୦ ଗ୍ରାମର ସୁନା ଏବଂ ୪ କିଲୋ ରୂପା ହୋଇଛି ଚୋରୀ | ଘଟଣା ସ୍ଥଳରେ ତଦନ୍ତ କରି ସିସି ଟିଭି ଯାଞ୍ଚ କରୁଛି ବ୍ରହ୍ମଗିରି ପୋଲିସ | ଦୁଇଜଣ ମୁଖା ପିନ୍ଧି ଆସି ଲୁଟୁ କରି ଚମ୍ପଟ ମାରିଥିବା ସିସି ଟିଭିରେ ଦୃଶ୍ୟମାନ ହେଉଛି | ସମସ୍ତ ଥାନାକୁ ଅଲର୍ଟ କରାଯାଇଥିବା ବେଳେ ପେସାଦାର ଲୁଟେରାଙ୍କୁ ଖୋଜୁଛି ପୋଲିସ | ସୂଚନାଯୋଗ୍ୟ, ବିଜିପୁର ଗାଁ ଘରୁ ଗାଡି ଖଜୁରିଆ ଦୋକାନକୁ ଡ଼ିକିରେ ସୁନା ଓ ରୂପା ଅଳଙ୍କାର ସବୁ ବେଳେ ନେବାଆଣିବା କରୁଥିଲେ | ଏକ ମାମଲା ରୁଜୁ କରି ଛାନଭିନ ଜାରି ରଖିଛି ବ୍ରହ୍ମଗିରୀ ପୋଲିସ |
–