ଠେଙ୍ଗାରେ ପିଟି ସୁନା ବ୍ୟାଗ ଲୁଟ, ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଛଡ଼ାଇନେଲେ ଦୁବୃର୍ତ୍ତ

ବାରିପଦା : ରାସ୍ତା ଉପରୁ ସୁନା ବ୍ୟବସାୟୀଙ୍କ ଠାରୁ ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଛଡ଼ାଇନେଇ ଚାଲିଗଲେ ଦୁବୃର୍ତ୍ତ ।  ଘଟଣା ଘଟିଛି ବାରିପଦା ଟାଉନ ଥାନା ଅନ୍ତର୍ଗତ ସୁନଗଡ଼ିଆ ନିକଟସ୍ଥ ସରାଳି ନଦୀ ପୋଲ ଉପରେ । ସୂଚନା ଅନୁସାରେ ବାରିପଦା ସହର କୃଷ୍ଣଚନ୍ଦ୍ର ଗୋଲେଇ ଠାରେ ରହିଥିବା ସୁବର୍ଣ୍ଣା ଜୁଏଲର୍ସର ମାଲିକ ସଞ୍ଜୀବ କୁମାର କମିଳା ପ୍ରତିଦିନ ଭଳି ଆଜି ମଧ୍ୟ ନିଜର ଦୋକାନ ବନ୍ଦ କରି ଘରକୁ ଯାଉଥିଲେ ।

ସେ ଏକ ବ୍ୟାଗରେ ସୁନା ଗହଣା ସବୁକୁ ନେଇ ନିଜ ସିକ୍ୟୁରିଟି ଗାର୍ଡ ସହ ଏକ ମଟର ସାଇକେଲରେ ଘରକୁ ଯାଉଥିବା ବେଳେ ଘଟିଲା ଅଘଟଣ ।  ହଠାତ ଦୁଇଟି ବାଇକ୍ ରେ ୪ ଜଣ ଦୁବୃର୍ତ୍ତଆସି ଘଟଣା ସ୍ଥଳରେ ସେମାନଙ୍କୁ ଅଟକାଇଥିଲେ ଏବଂ ମାଡ଼ ମାରି ସୁନା ଗହଣା ବ୍ୟାଗ୍ ଟିକୁ ଛଡାଇ ନେଇ ଚାଲିଯାଇଥିଲେ ।  ଏନେଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Also read: ମାଉଜର ଦେଖାଇ ଦଶ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁର୍ତ୍ତ, ଅଳ୍ପକେ ବର୍ତ୍ତିଲେ ମ୍ୟାନେଜର