ଶ୍ରୀମନ୍ଦିର ଇତିହାସରେ ପ୍ରଥମ, ମନ୍ଦିର ହୁଣ୍ଡିରୁ ମିଳିଲା ୭୦ ଲକ୍ଷ ଟଙ୍କାର ସୁନା ଇଟା

ପୁରୀ (କେନ୍ୟୁଜ) : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଛି ୧ କେଜି ୮ଶହ ମିଲିଗ୍ରାମ ସୁନା। ଆଉ ଏସବୁ ହେଉଛି ସୁନା ଇଟା । ଯାହାର ଆନୁମାନିକ ମୂଲ୍ୟ ହେବ ପାଖାପାଖି ୭୦ଲକ୍ଷ ଟଙ୍କା । ତେବେ ଶ୍ରୀମନ୍ଦିର ହୁଣ୍ଡିରୁ ଏକକାଳୀନ ଏତେ ସୁନା ମିଳିବା ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଘଟଣା । ଏତେ ସୁନା କେଉଁ ଭକ୍ତ ଦେଲା ତାକୁ ନେଇ ଏବେ କୌତୁହଳ ସୃଷ୍ଟି ହୋଇଛି ।

ତେବେ କିଏ ସେହି ଭକ୍ତ, ଯିଏ ଏହି ସୁନା ଦାନ କରିଛନ୍ତି, ତାହା ଜଣାପଡ଼ିନାହିଁ । କୁହାଯାଉଛି, ଦିନସାରା ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା । ଭିଡ଼ ଭିତରର ଫାଇଦା ଉଠାଇ କେହି ଜଣେ ଭକ୍ତ ଏହି ଦାନ କରିଥିବା କୁହାଯାଉଛି । ସତରେ ଭକ୍ତ ଆଉ ଭଗବାନଙ୍କ ଭାବ ବି ଅଲଗା ପ୍ରକାରର । କୁହାଯାଏ ଦାନ କଲେ କୁହାଯାଏନି । ଏଠାରେ ବୋଧହୁଏ ସେମିତି ହୋଇଛି । ଯିଏ ଏସବୁ ସୁନା ଇଟା ଦାନ କରିଛନ୍ତି ସେ ତାଙ୍କ ନାମକୁ ଗୋପନ ରଖିବାକୁ ଉଚିତ ମନେ କରିଛନ୍ତି ।