ରାତି ସାଢେ ୩ଟାରେ ଫୁଲ ତୋଳି ଯାଇଥିଲେ, ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ
ରାତି ସାଢେ ୩ଟାରେ ଲୁଟ୍ର ଶିକାର ହେଲେ ମହିଳା। ଫୁଲ ତୋଳିବାକୁ ଯାଇଥିବାବେଳେ ଝାମ୍ପି ନେଲେ ସୁନା ଚେନ୍। ଭୁବନେଶ୍ୱର ଲକ୍ଷ୍ମୀସାଗର ଓସ୍କାର ସିଟି ଅଞ୍ଚଳରେ ହୋଇଛି ଲୁଟ୍।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀ ରାତିରେ ବୁଲୁଛନ୍ତି ଲୁଟେରା। ରାତି ସାଢେ ୩ଟାରେ ଲୁଟ୍ର ଶିକାର ହେଲେ ମହିଳା। ଫୁଲ ତୋଳିବାକୁ ଯାଇଥିବାବେଳେ ଝାମ୍ପି ନେଲେ ସୁନା ଚେନ୍। ଭୁବନେଶ୍ୱର ଲକ୍ଷ୍ମୀସାଗର ଓସ୍କାର ସିଟି ଅଞ୍ଚଳରେ ହୋଇଛି ଲୁଟ୍। ମହିଳା ଜଣଙ୍କ ଫୁଲ ତୋଳିବା ପାଇଁ ଘର ବାହାରକୁ ଆସିଥିବାବେଳେ ଲୁଟେରା ତାଙ୍କୁ ଗୋଡ଼ାଇ ଗୋଡ଼ାଇ ସୁନା ଚେନ୍ ଝାମ୍ପି ନେଇଥିଲା। ସିସିଟିଭିରେ କଏଦ ହୋଇଛି ଲୁଟ୍ ଦୃଶ୍ୟ। CCTV ଆଧାରରେ ଲୁଟେରାଙ୍କୁ ଖୋଜୁଛି ପୋଲିସ।