ରାଜଧାନୀରେ ସୁନା ଚେନ୍ ଲୁଟ୍ ଉଦ୍ୟମ ଘଟଣା: ଗୁରୁତର ହୋଇଥିବା ମହିଳାଙ୍କ ମୃତ୍ୟୁ
ଭୁବନେଶ୍ୱର: ସୁନା ଚେନ୍ ଲୁଟେରାଙ୍କ ପାଇଁ ଚାଲିଗଲା ମହିଳାଙ୍କ ଜୀବନ । ଲୁଟ୍ ଉଦ୍ୟମ ସମୟରେ ଗୁରୁତର ଆହତ ହୋଇ ଚିିକିତ୍ସିତ ହେଉଥିବା ମହିଳାଙ୍କର ଆଇସିୟୁରେ ମୃତ୍ୟୁ ଘଟିଛି । ପୋଲିସ ନିକଟରେ ଏନେଇ ପରିବାର ଲୋକେ ମାମଲା ରୁଜୁ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନାନୁଯାୟୀ, ଗତ ସୋମବାର ଭୁବନେଶ୍ୱରରୁ ହରିରାଜପୁର ସୋମନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ ଦମ୍ପତି । ହଠାତ କଳା ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ସୁନା ଚେନ ଝାମ୍ପି ନେବା ପାଇଁ ଉଦ୍ୟମ କରିଥିଲେ । ମୋଟା ଚେନ କାରଣରୁ ଚେନଟି ଛିଣ୍ଡିନଥିଲା । ପରେ ଦୁର୍ବୃତ୍ତ ମାନେ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।