ମୟୁରଭଞ୍ଜ: କରିନାହାନ୍ତି ସୁନା ଋଣ କିନ୍ତୁ ନାଁରେ ଆସିଛି ୩୮ ଲକ୍ଷ ଟଙ୍କାର ସୁଧ, ମୁଣ୍ଡରେ ହାତ ଦେଇ ବସିଛନ୍ତି ବ୍ୟାଙ୍କ ଗ୍ରାହକ

ଉଦଳା(କେନ୍ୟୁଜ୍): ନା ଦେଇଛନ୍ତି ସୁନା ବନ୍ଧକ, ନା ନିଜେ ଯାଇ ଟଙ୍କା ଉଠାଣ କରିଛନ୍ତି । ହେଲେ କଷ୍ଟମରଙ୍କ ନାମରେ ହୋଇଛି ଲକ୍ଷ ଲକ୍ଷ ଟଙ୍କା ଲୋନ୍‌ ଏବଂ ନକଲି ସୁନାରେ ଠକେଇ ହୋଇଛି ୩୮ ଲକ୍ଷ ଟଙ୍କା । ଏଭଳି ଘଟଣା ଘଟିଛି ଉଦଳା ଇଣ୍ଡିଆନ ଓଭରସିଜ୍‌ ବ୍ଯାଙ୍କରେ । ଇଣ୍ଡିଆନ ଓଭର ସିଜ୍‌ ବ୍ଯାଙ୍କ  ଗୋଲ୍‌ଡ ଭ୍ୟାଲୁୟର ବିଜୟ କୁମାର ରଣା ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କୁ ଇଣ୍ଡିଆନ ଓଭର ସିଜ୍‌ ବ୍ଯାଙ୍କରେ ଗୋଲ୍ଡ ଲୋନ କରାଇ ଦେଇଥିଲେ । ଯାହାକି ତାଙ୍କର କିଛି ସାଙ୍ଗଙ୍କ ନାମରେ ଗୋଲ୍ଡ ଲୋନ୍‌ କରାଇ ଦେବେ କହି ବିଭିନ୍ନ କାଗଜପତ୍ରରେ ଦସ୍ତଖତ ନେବା ସହିତ ବିଭିନ୍ନ ପ୍ରମାଣପତ୍ର ମଧ୍ଯ ନେଇଥିଲେ । ହେଲେ ସେମାନେ କୌଣସି ସୁନା ବନ୍ଧକ ପାଇଁ ଦେଇ ନ ଥିବା ବେଳେ ତାଙ୍କ ନାମରେ ସୁନା ବନ୍ଧକ ଋଣ ହେବା ସହିତ ତାଙ୍କ ବ୍ଯାଙ୍କ ଆକାଉଣ୍ଟକୁ ଲୋନ୍‌ ଟଙ୍କା ଦେବା ସହିତ ତୁରନ୍ତ ତାହାକୁ ଉଠାଣ ମଧ୍ଯ  କରିଛନ୍ତି । ହେଲେ ହିତାଧିକାରୀମାନେ ସେହି ଟଙ୍କା ଉଠାଣ କରିନାହାନ୍ତି।

ଅନ୍ଯପଟେ କିଛି ହିତାଧିକାରୀଙ୍କ ପୁରୁଣା ଗୋଲ୍ଡ ଲୋନର ରିନିୱାଲ କରାଇ ଦେବାକୁ କହି ବିଜୟ ରଣା ମଧ୍ଯ ଲକ୍ଷ ଲକ୍ଷ ଟଙ୍କା ଉଠାଣ କରିଛି।  ହେଲେ ହିତାଧିକାରୀଙ୍କ ନିକଟରେ ଲୋନ ପଇସା ପାଇନାହାନ୍ତି । ଅନ୍ଯପଟେ ହିତାଧିକାରୀଙ୍କ ନିକଟକୁ ବ୍ଯାଙ୍କ ପକ୍ଷରୁ ଫୋନ କରାଯାଇ ସେମାନେ ନକଲି ସୁନା ବନ୍ଧକ ଦେଇଥିବାର କହିଛନ୍ତି ବ୍ଯାଙ୍କ କର୍ତୃପକ୍ଷ । ତେଣୁ ତୁରନ୍ତ ଲୋନ ଟଙ୍କା ଫେରସ୍ତ କରିବାକୁ ବ୍ଯାଙ୍କ କର୍ତୃପକ୍ଷ ଦାବି କରିଥିଲେ । ହେଲେ ସବୁଠାରୁ ବଡ କଥା ହିତାଧିକାରୀ ଟଙ୍କା ଉଠାଇ ନ ଥିବା ବେଳେ ସେହି ଟଙ୍କା ଗୋଲ୍ଡ ଭ୍ୟାଲୁଅର ବିଜୟ  ରଣା ଉଠାଣ କରି ନେଇଯାଇଥିବା ବେଳେ ବ୍ଯାଙ୍କରେ ନକଲି ଟଙ୍କା ଦାଖଲ କରିଛନ୍ତି ।

ସେପଟେ ଲକ୍ଷ ଲକ୍ଷ ଟଙ୍କାର ଗୋଲ୍ଡ ଲୋନ ଠକେଇ କରି ବିଜୟ ରଣା ଫେରାର ହୋଇଯାଇଥିବା ବେଳେ ହିତାଧିକାରୀ ଏବେ କାନମୁଣ୍ଡ ଆଉଁସି ରହିଛନ୍ତି।  । ହିତାଧିକାରୀଙ୍କ ନାମରେ ଲୋନ ଟଙ୍କା ଗଡୁଥିବା ବେଳେ ପ୍ରାୟ ୧୧ ଜଣ ହିତାଧିକାରୀଙ୍କ ସହିତ ପାଖାପାଖି ୩୮ ଲକ୍ଷ ଟଙ୍କା ଗୋଲ୍ଡ ଲୋନ ଠକେଇ ହୋଇଛି । ହେଲେ ଏ ବାବଦରେ ବ୍ଯାଙ୍କର ଶାଖା ପରିଚାଳକ ମୁହଁ ଖୋଲିବାକୁ ନାରାଜ । ଅନ୍ଯପଟେ ବ୍ଯାଙ୍କ ଶାଖା ପରିଚାଳକ, କ୍ଯାସିଅର ଏବଂ ଗୋଲ୍ଡ ଭ୍ୟାଲୁଅର ମିଳିମିଶି ଲକ୍ଷ ଲକ୍ଷ ଟଙ୍କାର ଠକେଇ କରିଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ।

Leave A Reply

Your email address will not be published.