Categories: ରାଜ୍ୟ

ସୁନା ଋଣ ପ୍ରଦାନକାରୀ ସଂସ୍ଥା କାର୍ଯ୍ୟାଳୟରେ ବନ୍ଧୁକ ଦେଖାଇ ଦୁର୍ବୃତ୍ତଙ୍କ ଲୁଟ ଉଦ୍ୟମ ବିଫଳ, ଦୁର୍ବୃତ୍ତଙ୍କ ଆକ୍ରମଣରେ ତିନି କର୍ମଚାରୀ ଆହତ

ବ୍ରହ୍ମପୁର(କେନ୍ୟୁଜ୍) : ପୁଣି ବ୍ରହ୍ମପୁର ସହରରେ ଜନ ଗହଳିପୁର୍ଣ୍ଣ ଅଞ୍ଚଳରେ ଲୁଟେରା ମାନେ ଲୁଟ୍ ଉଦ୍ୟମ କରି ପୋଲିସକୁ ଦେଇଛନ୍ତି ଖୋଲାଖୋଲି ଚ୍ୟାଲେଞ୍ଜ । ଆଜି ଦିନ 11ଟା ବେଳେ ଦୁର୍ବୃତ୍ତମାନେ କାର୍ଯ୍ୟାଳୟରେ ପଶି କର୍ମଚାରୀ ମାନଙ୍କୁ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ କରି ବିଫଳ ହୋଇଛନ୍ତି। ଲୁଟ୍ କରିବାରେ ବିଫଳ ହେବା ପରେ ସଂପୃକ୍ତ ସଂସ୍ଥାର କର୍ମଚାରୀମାନଙ୍କୁ ନିସ୍ତୁକ ମାଡ଼ ମାରି ଘଟଣାସ୍ଥଳରୁ ଫେରାର ହେବାର ସକ୍ଷମ ହୋଇଛନ୍ତି ଲୁଟେରାମାନେ।

ଲୁଟେରାଙ୍କ ମାଡରେ ତିନି ଜଣ କର୍ମଚାରୀ ଗୁରୁତ୍ତର ଆହତ ହୋଇଛନ୍ତି। ହଠାତ୍ 4 ଜଣ ଯୁବକ ମୁହଁରେ କପଡ଼ା ବାନ୍ଧିବା ସହ ହେଲମେଟ୍ ପିନ୍ଧି ଦ୍ୱିତୀୟ ମହଲାରେ ଥିବା କାର୍ଯ୍ୟାଳୟ ଭିତରେ ପଶିଥିଲେ। କିଛି କହିବା ପୂର୍ବରୁ କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ପରେ କର୍ମଚାରୀଙ୍କୁ ଆଲମିରା ଖୋଲିବା ପାଇଁ କହିଥିଲେ  । ଏଥିରେ କର୍ମଚାରୀ ମାନେ ପ୍ରତିବାଦ କରିବାରୁ ପ୍ରବଳ ମାଡ଼ ମାରିଥିଲେ ଲୁଟେରା ମାନେ।

ତେବେ ଲକର୍ ଖୋଲିବା ପାଇଁ ଓଟିପି ଆବଶ୍ୟକ ପଡୁଥିବା ହେତୁ ଲୁଟେରା ମାନେ ଲୁଟ୍ କରି ପାରିନଥିଲେ। ଶେଷରେ କାର୍ଯ୍ୟାଳୟରେ ଥିବା ତିନି ଜଣ କର୍ମଚାରୀଙ୍କୁ ଲହୁଲୁହାଣ କରି ବାଥରୁମ ଭିତରେ ରଖି ମୋବାଇଲ ଫୋନ ଗୁଡ଼ିକ ଧରି ଘଟଣାସ୍ଥଳରୁ କୌଶଳ କ୍ରମେ ଫେରାର ହୋଇଯାଇଥିଲେ। ଲୁଟ୍ ପାଇଁ ଆସିଥିବା ଲୁଟେରା ମାନେ ହିନ୍ଦି ଭାଷାରେ କଥା ହେଉଥିବା କର୍ମଚାରୀ ମାନେ କହିଛନ୍ତି। ଘଟଣାର କିଛି ସମୟ ପରେ  ସଂପୃକ୍ତ ସଂସ୍ଥାର କର୍ମଚାରୀ ମାନେ ଉଦ୍ଧାର ହେବା ପରେ ପୋଲିସକୁ ଖବର ଦେଇଥିଲେ।

ପୋଲିସ ଖବର ପାଇ ବୈଦ୍ୟନାଥପୁର ଥାନା ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହା ସହ କାର୍ଯ୍ୟାଳୟରେ ଲାଗିଥିବା ସିସି ଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଜାରୀ ରଖିଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରଖିଛି। ଜନ ଗହଳିପୂର୍ଣ୍ଣ ଅଞ୍ଚଳରେ ଲୁଟେରା ମାନେ ଲୁଟ୍ ଉଦ୍ୟମ କରିଥିବା ଘଟଣାକୁ ପୋଲିସ ଗୁରୁତ୍ତର ଗ୍ରହଣ କରି ତଦନ୍ତକୁ ଯୋରଦାର କରିଥିବା ବୈଦ୍ୟାନାଥପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏହା ସହ ଅତିଶୀଘ୍ର ଲୁଟେରାଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି  ।

KNews Bureau

Recent Posts

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

35 seconds ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

16 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

22 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

36 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago