କାର ଭାଙ୍ଗି ବାହାଘର ପାଇଁ ଥିବା ସୁନା ଚୋରି

ଚଣ୍ଡିଖୋଲ (କେନ୍ୟୁଜ୍) : ଆଜି ମଧ୍ୟାହ୍ନରେ ଚଣ୍ଡିଖୋଲ ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ-ଖୋସାଲିପୁର ରାସ୍ତାର ବରଫ ଫ୍ୟାକ୍ଟ୍ରି ନିକଟରେ ଏକ କାରର କାଚ ଭାଙ୍ଗି କରାଯାଇଛି ସୁନା ଚୋରି । କାର ମଧ୍ୟରେ ପ୍ରାୟ ପଚାଶ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ନୂଆ ସୁନା ଅଳଙ୍କାର ରହିଥିବା ଜଣାପଡ଼ିଛି। ଧର୍ମଶାଳା ଥାନା ଆରୁହା ଗ୍ରାମର ଜନୈକ ବ୍ୟକ୍ତି ଝିଅ ବାହାଘର ପାଇଁ ଜାରକା ବଜାରରୁ ସୁନା ଗହଣା କିଣି ତାହାକୁ କାର ଡିକିରେ ରଖି ଚଣ୍ଡିଖୋଲ ଆସି ରାସ୍ତା କଡ଼ରେ କାର ରଖି ବରଫ ଫ୍ୟାକ୍ଟ୍ରି ଭିତରକୁ ଯାଇଥିଲେ।

ମାତ୍ର କିଛି ସମୟ ମଧ୍ୟରେ ଆସି ଦେଖିବା ବେଳକୁ ଏମିତି ଅଘଟଣ ଘଟିଯାଇଥିଲା। କିଛି ଦୁବ୍ରୁତ୍ତ କାରର କାଚ ଭାଙ୍ଗି ସେଥିରୁ ସୁନା ଗହଣା ଚୋରି କରିଛନ୍ତି। ଏନେଇ ବଡଚଣା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏହାର ତଦନ୍ତ ଜାରି ରଖିଛନ୍ତି ସ୍ଥାନୀୟ ପୋଲିସ।