କଟକ : ବନ୍ଧୁକ ଦେଖାଇ ୨୫ଭରି ସୁନା ଲୁଟିନେଲେ ଦୁର୍ବୃତ୍ତ
କଟକ (କେନ୍ୟୁଜ୍) : ୨୫ଭରି ସୁନା ଲୁଟିନେଲେ ଦୁର୍ବୃତ୍ତ । କଟକ ତୋରଡ ଛକରେ ଜଣେ ଘର ମାଲିକଙ୍କୁ ଆକ୍ରମଣ କରି ଲୁଟ୍ ହୋଇଛି । ଗତକାଲି ରାତିରେ ସୁଧାଂଶୁ କୁମାର ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘରୁ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୨୫ ଭରି ସୁନା ସହ ଟଙ୍କା ଲୁଟି ନେଇଛନ୍ତି । ଆଜି ଜଗତପୁର ଥାନାରେ ସୁଧାଂଶୁ ଅଭିଯୋଗ କରିଛନ୍ତି । କଟକ ଜଗତପୁର ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରୁଛନ୍ତି ।