ଶନି ମନ୍ଦିରରୁ ଲୁଟ୍, ଠାକୁରଙ୍କ ଅଳଙ୍କାର ନେଇ ମାରିଲେ ଛୁ

ବାସୁଦେବପୁର: ଆମ ସମାଜରେ ପାପର ଭାର ଏତେ ବଢ଼ି ଗଲାଣି ଯେ ଲୋକମାନେ ଚୋରି କରିବାକୁ ଶନି ଦେବଙ୍କୁ ବି ଛାଡୁ ନାହାନ୍ତି । ଶନି ମନ୍ଦିରରେ ପଶି ବୁଲାଇଦେଇଛନ୍ତି କଳାକନା । ବାସୁଦେବପୁର ଥାନା ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରି । କେତେବେଳେ ଚୋରା କୋଇଲା କାରବାର ତ ପୁଣି କେତେବେଳେ ମନ୍ଦିର ତାଲା ଭାଙ୍ଗି ଲୁଟ । ଶେଷରେ ଶନି ମନ୍ଦିରକୁ ବି ଛାଡ଼ିନାହାନ୍ତି ଲୁଟେରା ଦଳ ।

ଲୁଟ ଦିନକୁ ଦିନ ବଢ଼ୁଥିବା ବେଳେ ସୋମବାର ଦିନ ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ନରସିଂହପୁର ପଞ୍ଚାୟତ ବାଣପୁର ଗ୍ରାମରେ ଥିବା ନିସର୍କ ଶନି ମନ୍ଦିରର ଗେଟ ଭାଙ୍ଗି ଲୁଟ । ଏବେ ମନ୍ଦିର ଉପରେ ଚୋରଙ୍କ ଲୋଲୁପ ଦୃଷ୍ଟି । ଥମିବାର ନା ନେଉନାହିଁ ମନ୍ଦିରରୁ ଚୋରି ଘଟଣା । ବିଭିନ୍ନ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମନ୍ଦିରରୁ ହେଉଛି ସିରିଜ୍ ଲୁଟ୍ । ପୋଲିସକୁ ଖୋଲା ଖୋଲି ଭାବେ ଚାଲେଞ୍ଜ କରୁଛନ୍ତି ଏହି ଦୁର୍ବୃତ୍ତମାନେ ।

କେତେବେଳେ ମନ୍ଦିରର ହୁଣ୍ଡି ଟେକି ନେଉଛନ୍ତି ତ । କେତେବେଳେ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସୁନା ଅଳଙ୍କାର ଲୁଟୁଛନ୍ତି । ତେବେ ପୁଣି ଘଟିଛି ଏଭଳି ଏକ ଘଟଣା । ଗତକାଲି ସନ୍ଧ୍ୟା ଆଳତି ପରେ ପୂଜକ ମନ୍ଦିରର ଗେଟରେ ତାଲା ପକାଇ ପଳାଇଯାଇଥିଲେ । ପ୍ରତିଦିନ ପୂଜକଙ୍କ ସ୍ତ୍ରୀ ଆସି ଠାକୁର ପୂଜା ନିମନ୍ତେ ଫୁଲ ତୋଳିବା ଓ ମନ୍ଦିର ସଫା କାର୍ଯ୍ୟ କରିଥାନ୍ତି । ଗତକାଲି ମଧ୍ୟ ସକାଳେ ପୂଜକଙ୍କ ସ୍ତ୍ରୀ ପୂଜା ପାଇଁ ଫୁଲ ତୋଳି ସାରି ମନ୍ଦିର ଧୋଇବାକୁ ଆସି ଦେଖନ୍ତିତ ମନ୍ଦିର ଗେଟ ଭଙ୍ଗା ଯାଇଛି ।

ତେବେ ମନ୍ଦିର ଗେଟ କେମିତି କ’ଣ ପାଇଁ ଭଙ୍ଗାଯାଇଛି ସେନେଇ ସେ ନିଜ ସ୍ୱାମୀ ତଥା ମନ୍ଦିର ପୂଜକଙ୍କୁ ତୁରନ୍ତ ଖବର ଦେଇଥିଲେ । ଯାହାପରେ ମନ୍ଦିର କମିଟିର ସମ୍ପାଦକ ଓ ସମସ୍ତ କର୍ମୀ ଓ ପୂଜକମାନେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ଅନ୍ୟପଟେ ସମସ୍ତେ ମନ୍ଦିର ଭିତର ଯାଇ ଦେଖନ୍ତି ତ ହୁଣ୍ଡୀ ବାକ୍ସ ସମେତ ସବୁ ଦେବାଦେବୀଙ୍କ ଦେହରେ ଲାଗିଥିବା ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟ ହୋଇଛି ।

ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ହେବା ସହିତ ହୁଣ୍ଡୀ ବାକ୍ସ ଯେଉଁଥିରେ ୫ ରୁ ୧୦ ହଜାର ଟଙ୍କାକୁ ଦୁର୍ବୁତ୍ତ ନେଇଯାଇଥିବା କଥା କହିଛନ୍ତି । ପରେ ଏହି ଘଟଣାକୁ ନେଇ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଚାଲିଛି ବୋଲି କହିଛନ୍ତି ପୋଲିସ । ତେବେ ତୁରନ୍ତ ଚୋର ମାନଙ୍କୁ କାବୁ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Also read: ଟଙ୍କା ବ୍ୟାଗ ଝାମ୍ପି ନେଉଥିବାବେଳେ ଲୁଟେରାକୁ କାବୁ କଲେ ଲୋକେ, ଖାଇଲା ନିର୍ଦ୍ଧୁମ ଛେଚା