ଯାଜପୁର: ଜାରକା ରୋଟାରୀ କ୍ଲବର ପାଳନ ହେଲା ଚାର୍ଟର ଡେ, ଆଠ ବର୍ଷରେ ପହଁଚିଲା କ୍ଲବ

ଯାଜପୁର(କେନ୍ୟୁଜ୍): ଆଠ ବର୍ଷରେ ପହଁଚିଲା ଯାଜପୁର ଜିଲ୍ଲାର ଜାରକା ରୋଟାରୀ କ୍ଲବ। ଏହି ସମୟ ମଧ୍ୟରେ କ୍ଲବ ପକ୍ଷରୁ ନିଆଯାଇଛି ଅନେକ ସେବାମୂଳକ ପଦକ୍ଷେପ। ଯେଉଁଥିପାଇଁ ଏହି କ୍ଲବକୁ ରାଜ୍ୟ ତଥା ରାଜ୍ୟ ବାହାରେ ମିଳିଛି ଅନେକ ପ୍ରଶଂସା। ଏନେଇ ଆଜି ସନ୍ଧ୍ୟାରେ ଜାରକା ଷ୍ଟାଡିୟମ ପରିସରରେ ରୋଟାରୀ କ୍ଲବର ଅଷ୍ଟମ ବାର୍ଷିକ ସ୍ଵନକ୍ଷତ୍ର ଉତ୍ସବ ପାଳିତ ହୋଇଯାଇଛି। ରୋଟାରୀ କ୍ଲବ ସଭାପତି ଆଜାମ୍ବର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ସୌମ୍ୟ ରଞ୍ଜନ ମିଶ୍ର, ରୋଟାରୀ ଆସିଷ୍ଟାଣ୍ଟ ଗଭର୍ଣ୍ଣର ସୁକାନ୍ତ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି କ୍ଲବର ସେବାମୂଳକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।

rotary club

ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଣ୍ଡିତ କାମଦେବ ଶତପଥୀ, ସମାଜସେବୀ ମନୋଜ କୁମାର ଧୀର, ଅକ୍ଷୟ କୁମାର ଜେନା, ଶିଳ୍ପୀ ଲୋକନାଥ ବେହେରା, ରକ୍ତଦାତା ସମରେନ୍ଦ୍ର ଜେନା ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ଲବର ସଂପାଦକ ହରିହର ପଣ୍ଡା ବିବରଣୀ ପାଠ କରିଥିବା ବେଳେ ରୋଟାରିଆନ ବିନୋଦ କୁମାର ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ରୋଟାରୀ ଓ ଇନରହୁଇଲ କ୍ଲବର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇଥିଲେ।

Leave A Reply

Your email address will not be published.