ଭିଜିଲାନ୍ସ ଜାଲରେ ମହିଳା ବିଡ଼ଓ, ୫ ଲକ୍ଷ ଟଙ୍କା ସହ ଧରା ପଡିଲେ

କଳାହାଣ୍ଡି :  ୫ ଲକ୍ଷ ଟଙ୍କା ସହ ଧରା ପଡ଼ିଲେ ବିଡିଓ । ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ବ୍ଲକ ବିଡିଓ ଅକ୍ଷମିତା କାର୍ତ୍ତିକ । ସରକାରୀ ଗାଡ଼ିରେ ୫ଲକ୍ଷରୁ ଅଧିକ ଲାଞ୍ଚ ଟଙ୍କା ନେଇ ଫେରୁଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପାଇଥିଲା ଭିଜିଲାନ୍ସ। ଭବାନୀ ପାଟଣାରୁ ପୈତୃକ ଘର କୋରାପୁଟ ଯାଉଥିବା ବେଳେ ଭବାନୀପାଟଣା- ଜୁନାଗଡ଼ ମଧ୍ୟରେ ଜାରିଂଙ୍ଗ ଠାରେ ତାଙ୍କୁ ଅଟକାଇଥିଲା ଭିଜିଲାନ୍ସ। ଗାଡ଼ି ମଧ୍ୟରୁ ୫ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ପଚରାଉଚରା ପରେ ଏତେ ପରିମାଣର ଟଙ୍କା ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଅକ୍ଷମିତା। ଏହା ସହ ତାଙ୍କ କୋରାପୁଟ ଓ କଳାହାଣ୍ଡି ଘରେ ଚଢଉ କରାଯାଉଛି। ପୂର୍ବରୁ କୋଷାଗୁମୁଡ଼ାରେ ଥିବା ବେଳେ କୋଭିଡ ବେଳେ ସରକାରୀ ଅର୍ଥ ହେରଫେର ନେଇ ସେ ନିଲମ୍ବିତ ହୋଇଥିଲେ। ଚଢ଼ାଉ ବେଳେ କଳାହାଣ୍ଡି ଓ ଜୟପୁର ଟିମ ସାମିଲଥିଲେ ।

You might also like