ପଥିକଙ୍କ ପାଇଁ ଭଲ ମଣିଷ ସାଜିଛନ୍ତି ପଦ୍ମନାଭ

ଭାରତୀୟ ସଞ୍ଚାର ନିଗମର ଜଣେ ବରିଷ୍ଠ ଅବସର ପ୍ରାପ୍ତ ଅଧିକାରୀ, ବାରବର୍ଷ ପୂର୍ବରୁ ନିଜର ଚାକିରୀ ଜୀବନରୁ ଅବସର ଗ୍ରହଣ କରିଥିଲେ ମଧ୍ୟ ନିଶାରେ ସମାଜ ପାଇଁ କିଛି କରିବା ହେଉଛି ତାଙ୍କର ଲକ୍ଷ। ଆଠଗଡ ସମସରପୁର ପଂଚାୟତ ରଘୁନାଥ ପୁର ଗ୍ରାମର ପଦ୍ମନାଭ ସାମଲ, ବୟସ ସତୁରି ବର୍ଷରୁ ଅଧିକ। ଏବେବି ଯୁବକ ଭଳି ନିଜର ପରିଶ୍ରମ ଜାହିର କରନ୍ତି ସମାଜ ସେବାରେ।

ପୁରୁଣା କଟକ ସମ୍ବଲପୁର ରାସ୍ତାର ଆଠଗଡ ରୁ ଅନୁଗୁଳ ସଂଯୋଗ କରୁଥିବା ରାସ୍ତାରେ କଡରେ ଥିବା ଅଳିଆ ଆବର୍ଜନାକୁ ସଫା କରିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସତୁରି ବର୍ଷ ବୟସରେ ସକାଳ ପାଇଲେ ଖଣ୍ଡେ ସାଇକେଲ, କାନ୍ଧରେ କୋଡ଼ି କୋଦାଳ ଧରି ବାହାରି ପଡନ୍ତି ନିଜର କର୍ତ୍ତବ୍ଯ ପଥରେ। ରାସ୍ତା କଡରେ ଘାଷ କୁଟା , ଅଳିଆ ଆବର୍ଜନା ଏବଂ ନଟି ବୁଦା ସବୁକୁ ସଫା କରିଥାନ୍ତି। ପଦ୍ମନାଭଙ୍କ ମତରେ ରାସ୍ତାରେ ଯାଉଥିବା ବାଟୋଇ ମାନେ ନିଜର ଥକ୍କାପଣ ମେଣ୍ଟାଇବା ପାଇଁ ଏହି ପୋଲିଆ ମାନଙ୍କ ଉପରେ ଟିକେ ବସିପଡନ୍ତି।

ଦିନକୁ ଏହି ରାସ୍ତା ଦେଇ ହଜାର ହଜାର ବାଟୋଇ ଓ ଭାରି ଯାନ ଯାତାୟାତ କରୁଥିବା ବେଳେ ସଂକୀର୍ଣ୍ଣ ରାସ୍ତା ପାଇଁ ପରସ୍ପରକୁ ସାଇଟ ଦେବା କଷ୍ଟ ହୋଇପଡେ, ଏହି ସବୁକୁ ଦୃଷ୍ଟିରେ ରଖି ଏପରି ଏକ କର୍ମକୁ ସେ ଆଦରି ନେଇଥିବା କଥା କହିଛନ୍ତି।ଏହି କାର୍ଯ୍ଯ ପାଇଁ ସେ ଆତ୍ମା ସନ୍ତୋଷ ଏବଂ ବହୁତ ଖୁସି ଓ ଆନନ୍ଦ ଅନୁଭ କରନ୍ତି ବୋଲି କହିଛନ୍ତି ପଦ୍ମନାଭ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.