କୋରାପୁଟବାସୀଙ୍କ ପାଇଁ ଖୁସି ଖବର: ଆଜି ହେବ ଜୟପୁର ବିମାନ ବନ୍ଦରରୁ ପରୀକ୍ଷାମୂଳକ ବିମାନ ଉଡ଼ାଣ

କୋରାପୁଟ (କେନ୍ୟୁଜ): କୋରାପୁଟବାସୀଙ୍କ ପାଇଁ ଖୁସି ଖବର । ଜୟପୁର ବିମାନବନ୍ଦରରେ ପରୀକ୍ଷାମୂଳକ ଭାବେ ଊଡ଼ିବ ବିମାନ । ଦୀର୍ଘ ବର୍ଷ ଧରି ଅପେକ୍ଷାରେ ଥିବା ଏହି ବିମାନବନ୍ଦରରୁ ପରୀକ୍ଷାମୂଳକ ଭାବେ ଉଡ଼ାଣ ଭରିବ ବିମାନ । ଏଠାରୁ ଖୁବଶୀଘ୍ର ବିମାନ ଚଳାଚଳ ଆଶା ଏକ ପ୍ରକାର ଉଜ୍ଜ୍ୱଳ ହୋଇଛି । ଆଜି ଭୁବନେଶ୍ୱରରୁ ଜୟପୁରକୁ ପରୀକ୍ଷାମୂଳକ ଭାବେ ବିମାନ ଉଡ଼ିବା କାର୍ଯ୍ୟ ସୂଚୀ ରହିଛି । ଦିନ ୧୦ଟାରେ ଭୁବନେଶ୍ୱରରୁ ବିମାନ ବାହାରିବା ସହ ୧୨ଟାରେ ଜୟପୁର ବିମାନ ବନ୍ଦରରେ ପହଞ୍ଚିବ । ସୁରକ୍ଷା ଦୃଷ୍ଟି କୋଣରୁ ୩ ଅଫିସରଙ୍କ ସମେତ ୩୫ ଜଣ ଫୋର୍ସ ମୁତୟନ ରହିଛନ୍ତି । ବିମାନ ବନ୍ଦର ପରିସରକୁ କଡାକଡି ଭାବେ ପ୍ରବେଶ ନିଷେଧ କରାଯାଇଛି ।

ପରୀକ୍ଷାମୂଳକ ଭାବେ ୯ସିଟର ବିମାନ ଆସିବାର କାର୍ଯ୍ୟକ୍ରମ ରହିଛି। ଯେ ହେତୁ ଡିଜିସିଏ୍ ଟିମ୍ ଏଠାକୁ ଗତ ଅଗଷ୍ଠ ୨୧ଓ୨୨ତାରିଖ ଦିନ ଆସି ତଦାରଖ କରି ୬୫ଟି ଆବଶ୍ୟକତା ଓ ସମସ୍ୟାର ସମାଧାନ କରି ଦେବାକୁ କହିଥିଲେ। ତାହା ପୁରଣ କରିବା ପରେ ହିଁ ଏଠାରୁ ବିମାନ ଉଡ଼ାଇବା ପାଇଁ ଜୟପୁର ବିମାନବନ୍ଦରକୁ ଲାଇସେନ୍ସ ମିଳି ପାରିବ। ଲାଇସେନ୍ସ ମିଳିବା ପରେ ହିଁ ଏଠାରୁ ବିମାନ ଉଡ଼ିବାର ସମ୍ଭାବନା ରହିଛି।

 

Leave A Reply

Your email address will not be published.