ବସ୍ତିବାସିନ୍ଦାଙ୍କ ପାଇଁ ଖୁସି ଖବର: ଏଣିକି ୪୫ ବର୍ଗମିଟର ଯାଏ ମାଗଣାରେ ଜମି ଯୋଗାଇବେ ରାଜ୍ୟ ସରକାର

ଭୁବନେଶ୍ୱର (କେନ୍ୟୁଜ): ମହାନଗର ନିଗମ ଅଞ୍ଚଳରେ ରହୁଥିବା ବସ୍ତିବାସିନ୍ଦାଙ୍କ ପାଇଁ ଖୁସି ଖବର । ଏଣିକି ସେମାନଙ୍କୁ ମାଗଣାରେ ଜମି ଯୋଗାଇବେ ରାଜ୍ୟ ସରକାର । ସେମାନେ ରହୁଥିବା ସ୍ଥାନରେ ଜମି ଅଧିକାର ମିଳିବ । ଏସମ୍ପର୍କିତ ଓଡ଼ିଶା ପୌର ନିଗମ ସଂଶୋଧନ ବିଲ୍‌ ଆଜି ବିଧାନସଭାରେ ପାରିତ ହୋଇଛି । ବସ୍ତିଗୁଡ଼ିକରେ ୪୫ ବର୍ଗମିଟର ଯାଏ ଜମି ଉପରେ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ମିଳିବ ।

ସେହିପରି ଅର୍ଥନୈତିକ ଦୁର୍ବଳ ବସ୍ତିବାସିନ୍ଦାଙ୍କ ପାଇଁ ୩୦ ବର୍ଗମିଟର ଜମି ମାଗଣାରେ ଯୋଗାଇବେ ସରକାର । ଜମି ଅଧିକାର ସହ ସେମାନଙ୍କୁ ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନାରେ ମଧ୍ୟ ସାମିଲ କରାଯିବ । ରାଜ୍ୟ ସରକାରଙ୍କ ଏହି ନୂଆ ଆଇନ ଯୋଗୁଁ ୫ଟି ମହାନଗର ନିଗମର ପ୍ରାୟ ଅଢେଇ ଲକ୍ଷ ପରିବାର ଉପକୃତ ହେବ । ସେହିପରି ମହାପ୍ରଭୁ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଜମିଜମାକୁ ଦୀର୍ଘଦିନ ଧରି ଦଖଲ କରି ଆସୁଥିଲେ ମଧ୍ୟ ଲୋକଙ୍କ ପାଖରେ କୌଣସି ଅଧିକାର ନଥିଲା ।

ଜମିକୁ ସେମାନଙ୍କ ସପକ୍ଷରେ ହସ୍ତାନ୍ତରଣ କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ସଂଶୋଧନ ବିଲ୍‌ ଆଜି ବିଧାନସଭାରେ ପାରିତ ହୋଇଛି । ବର୍ଷ ବର୍ଷ ଧରି ଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ପୂର୍ବରୁ ହସ୍ତାନ୍ତର କରିବା ପାଇଁ ସରକାରଙ୍କ ଠାରୁ ଅନୁମତି ଆଣିବାକୁ ପଡୁଥିଲା । ସଂଶୋଧିତ ବିଲ୍‌ ଯୋଗୁଁ ଆଉ ସରକାରଙ୍କୁ ଠାରୁ ଅନୁମତି ଆବଶ୍ୟକ ହେବନି । ହଜାର ହଜାର ଲୋକ ଉପକୃତ ହେବେ ।

 

 

 

Leave A Reply

Your email address will not be published.