ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ରେଳ ବିଭାଗର ଅଧିକାରୀ

ଭୁବନେଶ୍ୱର: ମାଲବାହୀ ଟ୍ରେନ ଲାଇନଚ୍ୟୁତ। ଭୁବନେଶ୍ବର ମଞ୍ଚେଶ୍ୱର ଷ୍ଟେସନରେ ଏକ ମାଲବାହୀ ଟ୍ରେନ ରାତି ପାଖା ପାଖି ୧.୩୦ରେ ଲାଇନଚ୍ୟୁତ ହୋଇଥିଲା। ରେଳୱେ ଷ୍ଟେସନ ଲେବୁଲ କ୍ରସିଂରେ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ଏଥିରେ କାହାର କିଛି କ୍ଷୟ କ୍ଷତି ହୋଇନାହିଁ କିମ୍ବା କୈନସି ବ୍ୟକ୍ତି ଆହତ ହୋଇ ନାହାନ୍ତି । ଘଟଣାସ୍ଥଳରେ ରେଳ ବିଭାଗର ଅଧିକାରୀମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ବର୍ତ୍ତମାନ ଟ୍ରେନ ଚଳାଚଳ ସ୍ବାଭାବିକ ଥିବାବେଳେ କିଛି ଟ୍ରେନର ଦିଗ ପରିବର୍ତ୍ତନ ସହ କ୍ୟାନ୍ସଲ କରଯାଇଛି । ବତ୍ତର୍ମାନ ମରାମତି କାର୍ଯ୍ୟ ଚାଲୁଅଛି।

ସମାନ ଭାବେ ଗତ ୨୬ ତାରିଖ ଦିନ ମଧ୍ୟ ଭୁବନେଶ୍ୱର ମଞ୍ଚେଶ୍ୱର ୟାର୍ଡରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ଭୁବନେଶ୍ବର ରେଳ ଷ୍ଟେସନ ଅତିକ୍ରମ ପରେ ଲାଇନଚ୍ୟୁତ ହୋଇଥିଲା । ଟ୍ରେନ୍ ଚଳାଚଳ ବିଶେଷ ପ୍ରଭାବିତ ହୋଇନଥିଲା । ଉକ୍ତ ମାଲବାହୀ ଟ୍ରେନଟି ଡାଉନ ଲାଇନ ଦେଇ କଟକ ଅଭିମୁଖେ ଯାଉଥିବା ସମୟରେ ବାଣୀବିହାର ଓ ମାଷ୍ଟରକ୍ୟାଣ୍ଟିନ ଷ୍ଟେସନ ମଝିରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା । ଟ୍ରେନର ଗୋଟିଏ ବଗି ଟ୍ରାକରୁ ଖସି ଯାଇଥିଲା । ଫଳରେ ସେହି ରୁଟ୍‌ରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଥିଲା ।ରେଲୱେ ବିଭାଗର କର୍ମଚାରୀ ପହଞ୍ଚି ଟ୍ରାକ ମରାମତି କରୁଥିଲେ ।