କଣ୍ଟାବାଞ୍ଜି: ମାଲବୋଝେଇ ଟ୍ରେନ ଲାଇନଚ୍ୟୁତ, ଟ୍ରାକ୍ ବାହାରକୁ ପଳାଇଲା ୪ଟି ବଗି

କଣ୍ଟାବାଞ୍ଜି(କେନ୍ୟୁଜ୍‌): goodଯାହାଫଳରେ ଏହି ଟ୍ରାକରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଥିଲା । ଖୋଦ ସମ୍ବଲପୁର ଡିଭିଜନ ଡିଆରଏମ ଓ ରେଳବାଇ ଅଧକାରୀ ଉପସ୍ଥିତରେ ଯୁଦ୍ଧ କାଳୀନ ଭିତ୍ତିରେ ରେଳ କର୍ମଚାରୀ ମାନେ ଟ୍ରାକ ବାହାରେ ଥିବା ବଗିକୁ ଉଦ୍ଧାର କରାଯାଇଥିଲା । ତେବେ ଏହି ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି ।

ସମ୍ବଲପୁର ଡିଭିଜନ ଡ଼ିଆରଏମ ତୁଷାରକାନ୍ତ ପାଣ୍ଡେଙ୍କ କହିବା ଅନୁସାରେ ରାତିରେ ରାୟପୁର ବେଲସୁଣ୍ଡାରୁ ଚାଉଳ ବୋଝେଇ ଟ୍ରେନ କଣ୍ଟାବାଞ୍ଜି ଆସୁଥିଲା । କୌଣସି କାରଣରୁ କଣ୍ଟାବାଞ୍ଜି ରେଳ ଷ୍ଟେସନ ପହଂଚିବା ସେହି ମାଲ ବୋଝେଇ ଗାଡିର ୪ ବଗି ଲାଇନଚ୍ୟୁତ ହୋଇଥିଲା । ଲାଇନଚ୍ୟୁତ ହେବା ଫଳରେ ମେନ ଟ୍ରାକ ସହ ପାଖରେ ଥିବା ଅନ୍ୟ ଦୁଇଟି ଟ୍ରାକ ପ୍ରଭାବିତ ହୋଇଥିଲା । ଯାହା ଯୋଗୁ ୩ ଟି ପାସେଞ୍ଜର ଟ୍ରେନ କୁ ରେଳ ବିଭାଗକୁ ବାତିଲ କରିବାକୁ ପଡିଲା।

ବର୍ତମାନ ଯୁଦ୍ଧ କାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଥିବା ବେଳେ ମେନ ଟ୍ରାକରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିବା ବେଳେ ଏବେ ବି ଆଉ ଦୁଇଟି ଟ୍ରାକକୁ ସଜାଡୁଛନ୍ତି ରେଳ କର୍ମଚାରୀ । ଅନ୍ୟପକ୍ଷରୁ ଏହି ଘଟଣାକୁ ନେଇ ଏକ କମିଟି ତିଆରି କରାଯିବ ଯେଉଁ କମିଟି ଘଟଣା କହିକି ଘଟିଲା ଏଥିରେ କାହାର ଦୋଷ ଅଛି ଯେଉଁ କର୍ମଚାରୀଙ୍କ ଯୋଗୁ ଏଭଳି ଘଟଣା ଘଟିଛି ଜଣାପଡିଲା ପରେ ତାର ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଡିଆରଏମ ସୂଚନା ଦେଇଛନ୍ତି ।

You might also like