ମାଲ୍ବାହୀ ଟ୍ରେନ୍ର ୩ଟି ବଗି ଲାଇନଚ୍ୟୁତ, ଜନବସତି ଭିତରକୁ ମାଡ଼ିଗଲା ଟ୍ରେନ୍

ରାଉରକେଲା: ଘର ଉପରକୁ ଚଢିଗଲା ଟ୍ରେନ ବଗି । ଜନବସତି ଭିତରକୁ ମାଡ଼ିଗଲା ଟ୍ରେନ୍ । ଅଳ୍ପରେ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଲେ ଲୋକ । ଟ୍ରାକରୁ ଖସି ମାଲବାହୀ ଟ୍ରେନର ୩ଟି ୱାଗନ ଲାଇନଚ୍ୟୁତ ହୋଇଛି । ସକାଳ ପ୍ରାୟ ୬ଟାରେ ଏହି ଦୁର୍ଘଟଣା ଘଟିଛି । ତିନିଟି ବଗି ଲାଇଚ୍ୟୁତ ହୋଇ ବସ୍ତି ଭିତରକୁ ପଶି ଯାଇଥିଲା । ଦୁର୍ଘଟଣାରେ କୌଣସି ଜୀବନହାନି ହୋଇନାହିଁ, କିନ୍ତୁ ଟ୍ରେନରେ ଧକ୍କା ଦେବା ପରେ ଅଧ ଡଜନ ଛୋଟ ଏବଂ ବଡ଼ ଯାନଗୁଡ଼ିକ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି । ରାଉରକେଲା ବାସନ୍ତୀ କଲୋନୀ ମାଲଗୋଦାମ ନିକଟରେ ଘଟିଛି ଅଘଟଣ ।
ଟ୍ରାକ୍ ଛାଡ଼ି ରାସ୍ତା ଉପରକୁ ମାଡିଆସିଲା ୩ଟି ବଗି । ରେଳ ଫାଟକ- ବାସନ୍ତୀ କଲୋନୀ ରାସ୍ତାରେ ଗମନାଗମନ ବ୍ୟାହତ ହୋଇଛି । ରାସ୍ତା ଉପରେ ପଡ଼ି ରହିଛି ମାଲବାହୀ ଟ୍ରେନର ୱାଗନ। ଘଟଣାସ୍ଥଳରେ ରେଲୱେ କର୍ମଚାରୀ ଓ ପୋଲିସ ପହଞ୍ଚି ତଦନ୍ତ କରୁଛି। ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଯାନବାହାନ।
ଆହୁରି ପଢନ୍ତୁ : ମୋ ବସ୍ ଧକ୍କାରେ ନାବାଳିକାଙ୍କ ମୃତ୍ୟୁ ଘଟଣା, କ୍ରୁଟ୍ ପକ୍ଷରୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ