ଟ୍ରାକ୍‌ ପାର ହେଉଥିବା ବେଳେ ଧକ୍କା ଦେଲା ଟ୍ରେନ: ୨ ମୃତ, ୨ଗୁରୁତର

ରାଉରକେଲା : ମାଡ଼ିଗଲା ଟ୍ରେନ୍ । ଦୁଇ ମୃତ ଓ ଦୁଇ ଗୁରୁତର । ରାଉରକେଲା କୁଲଙ୍ଗା ରେଲୱେ ଗେଟ୍ ନିକଟରେ ଟ୍ରେନ୍ ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଗୁରୁତର ହୋଇଛନ୍ତି । ସିକନ୍ଦରାବାଦ-ଦରଭଙ୍ଗା ଏକ୍ସପ୍ରେସ ଆସୁଥିବାରୁ ରେଳ ଫାଟକ ପଡିଥିଲା ।  ଫାଟକ ପଡିବା ସତ୍ତ୍ବେ ବି ୩ଟି ବାଇକରେ ରେଳ ଲାଇନ ପାର ହେବାକୁ ଉଦ୍ୟମ କରିଥିଲେ ଚାରି ଜଣ । ହଠାତ୍ ଟ୍ରେନଟି ଆସି ୩ଟି ବାଇକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।  ଘଟଣାସ୍ଥଳରେ ପହଂଚିତଦନ୍ତ ଆରମ୍ଭ କରୁଛି ରେଳବାଇ ପୋଲିସ।