ରାଜ୍ୟ

ରାଜଧାନୀରେ ଚୋରକୁ ଧରିବ Google ମ୍ୟାପ୍, ଲୋକେସନ୍ ଟ୍ରାକ୍ କରି କାବୁ କରିବ ପୋଲିସ୍

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି ଚୋରି ଡ଼କାୟତି । ଗତ କିଛି ଦିନ ହେବ ଘରେ ପଶି କଳା କନା ବୁଲାଇବା ଠାରୁ ଆରମ୍ଭ କରି ରାସ୍ତାରେ ଚେନ୍ ଲୁଟେରାଙ୍କ ପ୍ରାଦୁର୍ଭାବ ବଢୁଛି । ଏଭଳି ଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ବିଭିନ୍ନ କୌଶଳ ମାଧ୍ୟମରେ ଚୋରର ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ବେଳେ ସାଧାରଣ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏନେଇ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ ।

ଚୋରଙ୍କୁ ଟ୍ରାକ୍ କରି କାବୁ କରିବାକୁ ଏକ ଅଭିନବ ଉପାୟ ଆପଣେଇଛି ପୋଲିସ୍ । ରାଜଧାନୀରେ ଚୋରକୁ ଧରିବାରେ ସାହାଯ୍ୟ କରିବ Google ମାପ । ଗୁଗଲ ମ୍ୟାପ୍ ଜରିଆରେ ଲୁଟେରାଙ୍କୁ ଧରିବ କମିଶନରେଟ ପୋଲିସ । ଚୋରର ଲୋକେଶନକୁ ଟ୍ରାକ୍ କରାଯିବ । ଟେକ୍ନୋଲଜି ସହାୟତାରେ ଧରିବାକୁ ରୋଡମ୍ୟାପ୍ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ବିଭିନ୍ନ ଟେଲିକମର ସହାୟତା ନେବ ପୋଲିସ । ବିଶେଷ କରି ଜେଲ ଫେରନ୍ତା ଅପରାଧୀଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଉଛି । ପ୍ରତି ଅପରାଧୀଙ୍କୁ ଡିସିପି ମନିଟରିଂ କରିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ର୍ରିୟଦର୍ଶୀ । କବେଳ ଚୋର ନୁହଁ, ସାଇବର ଅପରାଧୀଙ୍କୁ ଧରିବା ପାଇଁ ମଧ୍ୟ ଯୋଜନା କରାଯାଇଛି ।

Barsha

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

2 hours ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

3 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago