ରାଜ୍ୟ

ଉଚ୍ଚ ଅଦାଲତକୁ ଯିବ କ୍ରାଇମବ୍ରାଞ୍ଚ, ନିମହାନସରେ ଗୋପାଳ ଦାସର ମାନସିକ ସ୍ଥିତି ପରୀକ୍ଷା ପାଇଁ ଆବେଦନ ଖାରଜ

ଉଚ୍ଚ ଅଦାଲତକୁ ଯିବ କ୍ରାଇମବ୍ରାଞ୍ଚ । ନିମହାନସରେ ଗୋପାଳ ଦାସର ମାନସିକ ସ୍ଥିତି ପରୀକ୍ଷା ପାଇଁ ଆବେଦନ ଖାରଜ । ଆବେଦନ ଖାରଜ ପରେ ଉଚ୍ଚ ଅଦାଲତକୁ ଯିବ କ୍ରାଇମବ୍ରାଞ୍ଚ । ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ତଥା ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ହୋଇଥିବା ଆବେଦନକୁ ଝାରସୁଗୁଡ଼ା ଜେଏମ୍‌ଏଫସି ଖାରଜ କରିଦେଇଛନ୍ତି । ବେଙ୍ଗାଲୁରୁ ସ୍ଥି ନିମହାନସଠେରେ ଗୋପାଳର ସାଇକୋଲୋଜିକାଲ ଓ ସାଇକୋମେଟ୍ରକିଲ ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ ହୋଇଥିଲା ।

ଏହାକୁ ଅଦାଲତ ଖାରଜ କରିବା ପରେ ଏହି ଆଦେଶର ସାର୍ଟିଫାଏଡ କପି ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଛି । କୋର୍ଟଙ୍କ ଆଦେଶର ତର୍ଜମା କରାଯିବା ପରେ ଉଚ୍ଚ ଅଦାଲତରେ ଆବେଦନ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ଅଭିଯୁକ୍ତ ଗୋପାଳ ବହୁ ଦିନ ହେଲା ମାନସିକ ଭାବେ ଅସୁସ୍ଥ ଥିଲା।

ତାର ମାନସିକ ସ୍ୱାସ୍ଥ୍ୟ ଅନୁଧ୍ୟାନ ଲାଗି ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ ହୋଇଥିଲା। ଝାରସୁଗୁଡ଼ାରେ ମେଡିକାଲ ବୋର୍ଡର ବିଶେଷଜ୍ଞ ଗୋପାଳର ମାନସିକ ସ୍ୱାସ୍ଥ୍ୟ ଅନୁଧ୍ୟାନ କରିଥିଲେ। କିନ୍ତୁ ନିର୍ଦ୍ଧିଷ୍ଟ ନିଷ୍କର୍ଷରେ ପହଞ୍ଚିବାକୁ ଅଧିକ ଯାଞ୍ଚ ପାଇଁ ସୁପାରିଶ କରିଥିଲା ମେଡିକାଲ ବୋର୍ଡ।

Sonalisa

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

30 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

32 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago