ନବ ଦାସଙ୍କ ହତ୍ୟା ମାମଲାରେ ନୂଆ ମୋଡ଼: ଗୋପାଳ ଦାସଙ୍କ ଗୁଳିରେ ହୋଇନାହିଁ ମୃତ୍ୟୁ କହିଲେ ଓକିଲ

ଭୁବନେଶ୍ୱର : ନବ ଦାସଙ୍କ ହତ୍ୟାକୁ ନେଇ ଆସିଲା ବଡ ଖବର । ଗୋପାଳ ଦାସଙ୍କ ଗୁଳିରେ ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ସ୍ଵର୍ଗତ ନବ ଦାସଙ୍କ ମୃତ୍ୟୁ ହୋଇନାହିଁ । ଅନ୍ୟ କୌଣସି ବନ୍ଧୁକରେ ନବ ଦାସଙ୍କ ମୃତ୍ୟୁ ହୋଇଛି ବୋଲି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଗୋପାଳ ଦାସଙ୍କ ଓକିଲ ନରେଶ ନାଏକ । ଘଟଣା ଦିନ ନବଙ୍କ ସୁରକ୍ଷା ପାଇଁ ମୁତୟନ ଥିଲେ ଗୋପାଳ । ସେ ଗୁଳି ବା ବାଣ ଫୁଟିଲା ପରି ଶବ୍ଦ ଶୁଣିଥିଲେ । ତେଣୁ ସତର୍କ ହୋଇ ତୁରନ୍ତ ବ୍ଲାଙ୍କ ଫାୟାର କରଥିଲେ ଗୋପାଳ । ତିନି ଥର ବ୍ଲାଙ୍କ ଫାୟାର କରିଥିଲେ ଗୋପାଳ । ତାଙ୍କ ବନ୍ଧୁକର ଗୁଳିରେ ନବ ଦାସଙ୍କ ମୃତ୍ୟୁ ହୋଇନି । ଅନ୍ୟ କାହା ଗୁଳିରେ ନବଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ଏପରି ସାଙ୍ଘାତିକ ବୟାନ ଦେଇଛନ୍ତି ଗୋପାଳ ଦାସଙ୍କ ଓକିଲ।

ଗତ ୨୦୨୨ ମସିହା ଜାନୁଆରୀ୨୯ରେ ବ୍ରଜରାଜନଗର ଗାନ୍ଧିଛକଠାରେ ଗୋପାଳ ଦାସର ଗୁଳିରେ ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା ବୋଲି କ୍ରାଇମବ୍ରାଞ୍ଚ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲା । ହେଲେ ଗୋପାଳ ଦାସଙ୍କ ଓକିଲ ନରେଶ ନାଏକ ଏହା ଉପରେ ଏକ ବଡ଼ ବୟାନ ଦେଇଛନ୍ତି । ସେହି ହତ୍ୟାକାଣ୍ଡରେ ସିଜର ଲିଷ୍ଟରେ ନବ ଦାସ ପିନ୍ଧିଥିବା ସାର୍ଟ କାହିଁକି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଗୋପାଳ ଦାସଙ୍କ ଓକିଲ। କାହିଁକି କ୍ରାଇମବ୍ରାଞ୍ଚ ସିଜର ଲିଷ୍ଟରେ ସାର୍ଟ ନାହିଁ। ଏଥିରେ ନିଶ୍ଚିତ କୌଣସି ପ୍ରକାର ଷଡ଼ଯନ୍ତ୍ର ହୋଇଛି ଏବଂ ଗୋପଳ ଦାସକୁ ମୁଖ୍ୟ ଆରୋପୀ ବନାଯାଉଛି । ତେବେ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ନେଇ ଦିନେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୁଣି ଗୋପାଳଙ୍କ ଓକିଲ ଦେଇଥିବା ବୟାନ ପୁଣି ଷଡ଼ଯନ୍ତ୍ର ଆଡକୁ ବଡ଼ ଇସାରା କରୁଛି କି?

You might also like