ଓଡିଶା ହାଇକୋର୍ଟ ତରଫରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

କଟକ(କେ ନ୍ୟୁଜ): ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ୍‌। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ। ଗୋଳନ୍ଥରା ଥାନାର ଅନ୍ୟ ଏକ ମାମଲାରେ ଜାମିନ୍‌ ପ୍ରଦାନ କରିଛନ୍ତି କୋର୍ଟ। ପୂର୍ବରୁ କ୍ରାଇମବ୍ରାଞ୍ଚ ମାମଲା ସମେତ ୫ଟି ମାମଲାରେ ଜାମିନ ପାଇସାରି ଥିଲେ ପ୍ରଦୀପ। ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

ସୂଚନା ଦେବା ଯୋଗ୍ୟକି ୨୦୦୨୦ ଡିସେମ୍ବର ୩ ତାରିଖରେ ଗିରଫ ହୋଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କହିରଖିବା ଉଚିତ ହେବକି କିଛି ଦିନ ତଳେ ଏହି ସମାନ ମାମଲାରେ ପୂର୍ବତନ ଆଇଏଫଏସ ଅଭୟ ପାଠକଙ୍କୁ ମଧ୍ୟ ଜାମିନ ମିଳିଥିଲା |

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.