ନବ ଦାସ ହତ୍ୟା ମାମଲାରେ ଗୋପାଳର କିଭଳି ରହିଛି ମାନସିକ ସ୍ଥିତି ? ନିମ୍ହାନ୍ସ ପରୀକ୍ଷା ଉପରେ ଆଜି ଶୁଣାଣି
ନିମ୍ହାନ୍ସରେ ପରୀକ୍ଷା ପାଇଁ ଝାରସୁଗୁଡ଼ା ଜିଲ୍ଲା କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହୋଇଥିବା ଆବେଦନର ଆଜି ଶୁଣାଣି ହେବ। ଏଥିପାଇଁ ୨୨ ତାରିଖରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। ପୂର୍ବରୁ ନିମହାନ୍ସରେ ପରୀକ୍ଷା ପାଇଁ ଝାରସୁଗୁଡ଼ା ଜେଏମଏଫସି କୋର୍ଟ ଖାରଜ କରିଥିଲେ ।

କେନ୍ୟୁଜ୍(ବ୍ୟୁରୋ): ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସର କିଭଳି ରହିଛି ମାନସିକ ସ୍ଥିତି। ନିମ୍ହାନ୍ସରେ ପରୀକ୍ଷା ପାଇଁ ଝାରସୁଗୁଡ଼ା ଜିଲ୍ଲା କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହୋଇଥିବା ଆବେଦନର ଆଜି ଶୁଣାଣି ହେବ। ଏଥିପାଇଁ ୨୨ ତାରିଖରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। ପୂର୍ବରୁ ନିମହାନ୍ସରେ ପରୀକ୍ଷା ପାଇଁ ଝାରସୁଗୁଡ଼ା ଜେଏମଏଫସି କୋର୍ଟ ଖାରଜ କରିଥିଲେ ।
ଅନ୍ୟପଟେ CFSL ଦ୍ୱାରା ହୋଇଥିବା LVA ଓ ଫରେନ୍ସିକ୍ ସାଇକୋଲୋଜିକାଲ ଆନାଲିସିସ୍ ଟେଷ୍ଟର ରିପୋର୍ଟ ଆଜି ଆସିପାରେ। ସେହିପରି ଗୁଜରାଟ ଗାନ୍ଧୀନଗରସ୍ଥିତ DFSSରେ ହୋଇଥିବା ଗୋପାଳର ନାର୍କୋ ଓ ପଲିଗ୍ରାଫ୍ ଟେଷ୍ଟର ରିପୋର୍ଟ ଆସିପାରେ। ବନ୍ଦ ଲଫାପାରେ DFSS ଝାରସୁଗୁଡ଼ା କୋର୍ଟକୁ ପ୍ରଦାନ କରିବେ ।