ଶ୍ରୀ ଗୋପାଳ କୃଷ୍ଣ ଗୋ-ଶାଳାରେ ପାଳିତ ହୋଇଛି ପବିତ୍ର ଗୋପାଷ୍ଟମୀ ପର୍ବ

ଭାରତୀୟ ଧର୍ମ ଶାସ୍ତ୍ରରେ ଗୋ-ମହିମା ଓ ଗୋ ଉପାସନାର ବର୍ଣ୍ଣନା ଅନେକ ରହିଛି। । ବୈଦିକ କାଳରୁ ଋଷି, ମୁନିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସଭିଏଁ ନିଜର ଭରଣ ପୋଷଣ ନିମନ୍ତେ ମୁଖ୍ୟତଃ କୃଷି ଓ ଗୋ-ପାଳନ ଉପରେ ନିର୍ଭର କରୁଥିଲେ।ଗାଈ ଠାରୁ ଦୁଗ୍ଧ ଆଦି ପଞ୍ଚଗବ୍ୟ ଯେମିତିକି କ୍ଷୀର, ଘିଅ, ଦହି, ଗୋବର ଓ ଗୋମୂତ୍ର ମିଳୁଥିବା ବେଳେ ବଳଦ ଚାଷ ଓ ପରିବହନରେ ସାହାଯ୍ୟ କରିଥାଏ । ତେଣୁ ଗୋଜାତିକୁ ଗୋସମ୍ପଦ ବୋଲି କୁହାଯାଏ ।

ଦ୍ୱାପର ଯୁଗରେ ସ୍ୱୟଂ ଭଗବାନ୍ ଶ୍ରୀକୃଷ୍ଣ ଗୋପାଳ ଭାବରେ ଅବତାର ନେଇ ଗୋ-ମହିମାକୁ ପ୍ରଚାର କରିଛନ୍ତି । ଭାରତୀୟ ଧର୍ମ ଶାସ୍ତ୍ରରେ ଗୋ-ମହିମା ଓ ଗୋ ଉପାସନାର ବର୍ଣ୍ଣନା ଅନେକ । ସୃଷ୍ଟିର ସବୁଠାରୁ ଉପକାରୀ ପ୍ରାଣୀ ହେଉଛନ୍ତି ଗୋମାତା। ଭାରତୀୟ ସଂସ୍କୃତିରେ ଏହି ପବିତ୍ର ଗୋପାଷ୍ଟମୀ ପର୍ବର ବିଶେଷ ମହତ୍ତ୍ୱ ରହିଛି। ସାରା ଭାରତରେ ଏହି ପର୍ବ କୁ ପାଳନ କରାଯାଇଥାଏ। ଏହି ପର୍ବ ଗୋମାତା ଙ୍କ ପ୍ରତି ଭକ୍ତି ଓ ଗୋମାତା ଆମ ସମାଜ ପାଇଁ କେତେ ଆବଶ୍ୟକ ତାହାର ଏକ ସ୍ୱତନ୍ତ୍ର ବାର୍ତ୍ତା ଦେଇଥାଏ।

ଏନେଇ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ ପର୍ବ କେବଳ ଓଡ଼ିଶାରେ ନୁହେଁ ବରଂ ସାରା ଭାରତରେ ଏହାକୁ ଧୂମଧାମରେ ପାଳନ କରାଯାଏ। ଗୋ ମାତାଙ୍କୁ ସ୍ଥାନେ ସ୍ଥାନେ ଶୋଭାଯାତ୍ରା କରାଯାଇ ନିଜ ଅନ୍ତରର ଭକ୍ତି ନିବେଦନ ଅର୍ପଣ କରାଯାଏ।ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କଟକ ନୂଆବଜାରସ୍ଥିତ ଶ୍ରୀ ଗୋପାଳ କୃଷ୍ଣ ଗୋଶାଳା ପ୍ରାଙ୍ଗଣରେ ଗୋପାଷ୍ଟମୀ ମେଳା-୨୦୨୨ ଉତ୍ସବ ଅନୁଷ୍ଟିତ ହୋଇଯାଇଛି।

ଥିରେ ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ ପର୍ବ ପାଳିତ ହୋଇଥାଏ । ଏହିଦିନ ପ୍ରାତଃକାଳରୁ ସ୍ନାନାଦି ନିତ୍ୟକର୍ମ ସାରି ଗୋମାତାଙ୍କୁ ସ୍ନାନ କରାଇବା ପରେ ଜଳ, ଅକ୍ଷତ, ଶସ୍ୟ, ବସ୍ତ୍ର, ଭୋଗ ଏବଂ ଧୂପ ଆଦି ସହ ପୂଜା କରାଯାଇଥାଏ ।ଏହା ସହ ଏହି ଗୋପାଷ୍ଟମୀ ମେଳାରେ ଭକ୍ତ ମାନେ ଗୋମାତାଙ୍କ ପୂଜା କରିବା ଓ ସେମାନଙ୍କୁ ଘାସ ଅର୍ପଣ କରିବା ପରେ ସେମାନଙ୍କ ଚାରିପାଖରେ ପରିକ୍ରମା କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଭକ୍ତ ମାନେ ଏହି ସମସ୍ତ କାର୍ଯ୍ୟ କରିଥାନ୍ତି ।ଏହି ଅବସରରେ ଗୋପାଷ୍ଟମୀ ମେଳାରେ ବହୁ ସଂଖ୍ୟାରେ ଭକ୍ତବୃନ୍ଦ ଯୋଗଦେଇ ଗୋମାତାଙ୍କ ଆଶୀର୍ବାଦ ଲାଭ କରିଥିଲେ ।

ଏହି ଅବସରରେ କଟକ ନୂଆବଜାର ସ୍ଥିତ ଶ୍ରୀ ଗୋପାଳ କୃଷ୍ଣ ଗୋଶାଳା ରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲେ।। ସମସ୍ତେ ଗୋମାତା ଙ୍କୁ ପୂଜା କରିବା ସହ ଗୋ ମାତାଙ୍କୁ ଖାଇବାକୁ ଦେଇଥିଲେ।

ମାନ୍ୟତା ଅନୁଯାୟୀ ଗୋମାତାଙ୍କର ସେବା କରିବା ଦ୍ବାରା ମନକୁ ବହୁତ ଆନନ୍ଦ ମିଳିଥାଏ। ଗୋପାଷ୍ଟମୀରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଗୋମାତା ଙ୍କୁ ପୂଜା କରିବା ସହ ଗୋଶାଳା ର ପବିତ୍ର ପରିସର ରେ ବୁଲାବୁଲି କରି ବହୁତ ଖୁସି ହୋଇଛନ୍ତି । ବରଫରେ ତିଆରି ଦେବା ଦେବୀ , ଜାତୀୟ ପତାକା ଓ ଏଠାରେ ପଡିଥିବା ମିନାବଜାର ରେ ବୁଲି ବିଭିନ୍ନ ସୁସ୍ଵାଦ୍ୟ ଖାଦ୍ୟ ର ମଧ୍ୟ ଭରପୁର ଆନନ୍ଦ ଉଠାଇ ସହ ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକ ପର୍ଯ୍ୟନ୍ତ ସମସ୍ତେ ଏହି ଗୋପାଷ୍ଟମୀ ମେଳା ର ଆନନ୍ଦ ନେଇଛନ୍ତି ।