୧୮ ବର୍ଷ ପରେ ଦୁନିଆ ଦେଖିଲେ ସୂର୍ଯ୍ଯମଣି

akhi ଗଞ୍ଜାମ: ପାଠ ପଢ଼ିବେ, ଘର ସମସ୍ୟା ଦୂର କରିବେ। ଏଇ ଇଚ୍ଛା ଥିଲା ସୂର୍ୟ୍ୟମଣିଙ୍କର। ମାତ୍ର ଭାଗ୍ୟର ବିଡମ୍ବନା, ଦୃଷ୍ଟିଶକ୍ତି ହରାଇଥିବା ଯୋଗୁ ଏହି ସମସ୍ତ ସ୍ୱପ୍ନ ଅଧୁରା ରହିଯାଇଥିଲା ତାଙ୍କର। ପିଲାଟି ଦିନରୁ ଦୃଷ୍ଟିଶକ୍ତି କମ୍ ରହିଥିବା ସୂଯ୍ୟର୍ମଣିଙ୍କ ବୟସ ବଢ଼ିବା ସାଙ୍ଗକୁ ଦୃଷ୍ଟି ଶକ୍ତି କମିବାରେ ଲାଗିଥିଲା ।

ପାଠ ପଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ କୌଣସି ସୁଯୋଗ ନମିଳିବାରୁ ଶେଷରେ ଘର ଛାଡି କଟକରେ ପହଞ୍ଚଥିଲେ । ବାଦାମବାଡିରେ ଜଣେ ଦୃଷ୍ଟିହୀନ ବାଳକ ଏଣେତେଣେ ବୁଲୁଥିବା ଦେଖି ଜିଲ୍ଳା ଆଇନ ସେବା ପ୍ରାଧିକରଣର କର୍ମକର୍ତ୍ତା ସୂର୍ୟ୍ୟମଣିଙ୍କୁ ଉଦ୍ଧାର କରିଥିଲେ । କଟକ ରୋଟାରୀ ଚକ୍ଷୁ ହସ୍ପିଟାଲରେ ତାଙ୍କ ଆଖି ଅସ୍ତ୍ରୋପଚାର କରାଯାଇଥିଲା
akhi୧୮ ବର୍ଷ ପରେ ଏବେ ପୁଣି ଥରେ ନିଜ ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ଆଶା ବାନ୍ଧିଛନ୍ତି ସୂଯ୍ୟର୍ମଣି। ସଫଳ ଅସ୍ତ୍ରୋପଚାର ପରେ ସେ ଦୃଷ୍ଟିଶକ୍ତି ଫେରି ପାଇଛନ୍ତି। ନିଜ ଆଖିରେ ଏବେ ସବୁ ଦେଖିପାରୁଥିବାରୁ ସୂର୍ୟ୍ୟମଣିଙ୍କ ସହିତ ତାଙ୍କ ପରିବାର ମଧ୍ୟ ବେଶ୍ ଖୁସି ଅଛନ୍ତି।

Leave A Reply

Your email address will not be published.