ଦହିରେ ସାପ କାତି ବାହାରିବା ପ୍ରସଙ୍ଗରେ ଆକ୍ସନ୍: କମ୍ପାନୀକୁ ନୋଟିସ୍ ଜାରି ସହ ସିଜ୍ ହେଲା ରିଟେଲର ସପ୍

ଜୟପୁର: ଖାଇବା ଦହିରେ ଅଖାଦ୍ୟ ତଥା କାତି ଭଳି ବସ୍ତୁ ବାହାରିବା ପ୍ରସଙ୍ଗ ଘଟଣାରେ ଯାଞ୍ଚ କଲା ପ୍ରଶାସନ । ଗତ ୨୪ତାରିଖ, ୨୭ତାରିଖ ଓ ୩୦ତାରିଖରେ ପଡୋଶୀ ରାଜ୍ୟ ଆନ୍ଧ୍ରର ଏକ ନିର୍ଦ୍ଧିଷ୍ଟ କମ୍ପାନୀର ଦହି ପ୍ୟାକେଟରେ ଅଖାଦ୍ୟ ବାହାରିବା ନେଇ ଅଭିଯୋଗ ହୋଇଥିଲା ଓ ଲୋକଙ୍କ ଅସନ୍ତୋଷ ବଢ଼ିଥିଲା । ଘଟଣାର ପ୍ରାୟ ସପ୍ତାହେ ପରେ ସୋମବାର ଖାଦ୍ୟ ସୁରକ୍ଷା ଅଧିକାରୀ ଜୟପୁରରେ ସେହି କମ୍ପାନୀର ସମସ୍ତ ରିଟେଲର ସପରେ ପୌର ଟିମ୍ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଅଧିକାରୀଙ୍କ ଉପସ୍ଥିତିରେ ଦହି ପେକେଟରୁ ମଧ୍ୟ ସେଭଳି କିଛି ଵସ୍ତୁ ବାହାରିଥିଲା । ଯାହାକୁ ନେଇ ବିରକ୍ତି ପ୍ରକାଶ କଲେ ଅଧିକାରୀ ।

ଏମିତିକି ଅବଧି ଡେଟର ୧୫ଦିନ ପରେ ମଧ୍ୟ ରିଟେଲର ସେସବୁ ଦହି ପ୍ୟାକେଟ ବିକ୍ରି କରୁଥିବା ଜାଣି ଜରିମାନା କାଟିଲେ ଅଧିକାରୀ । ତିନୋଟି ରିଟେଲରଙ୍କୁ ଫାଇନ ପଡିବା ସହ ଗୋଟିଏ ଦୋକାନ ସିଜ୍ ମଧ୍ୟ କଲେ । ତିନୋଟି ଅଭିଯୋଗ ଭଳି ଏହି ପ୍ୟାକେଟ ରେ ମଧ୍ୟ ସେଭଳି କିଛି ବସ୍ତୁ ବାହାରିବା ପରେ ତାର ମାନ ଯାଞ୍ଚ ପାଇଁ ଲ୍ୟାବକୁ ପଠାଯାଇଥିବାବେଳେ କମ୍ପାନୀ କୁ ନୋଟିସ୍ କରାଯିବ ବୋଲି କହିଛନ୍ତି ଅଧିକାରୀ ପ୍ରଭାସ ସେଠି ।

ଅବ୍ୟବହୃତ ଓ ଅବଦ୍ଧି ସରିଥିବା ସାମଗ୍ରୀ କମ୍ପାନୀ ଫେରସ୍ତ ନେବା ନିୟମ ଥିବାବେଳେ କୌଣସି ବି ପ୍ୟାକେଟ କମ୍ପାନୀ ନେଉନାହିଁ ଯାହାକୁ ବ୍ୟବସାୟୀ ମାର୍କେଟରେ ବିକ୍ରି କରୁଥିବା କାରଣରୁ ପ୍ରଶାସନ ନୋଟିସ୍ ଜାରି କରିବ ବୋଲି କହିଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ ।
ସାଧାରଣତ ଖରା ଦିନେ କ୍ଷୀର ଦହିର ଚାହିଦା ଅଧିକ ଥିବାବେଳେ ମାର୍କେଟରେ ଅନେକ କମ୍ପାନୀ ରହିଛି ଲୋକେ ନିଜ ପସନ୍ଦ ଜିନିଷ କିଣନ୍ତି । କିନ୍ତୁ ନିର୍ଦ୍ଧିଷ୍ଟ ଭାବେ ଏହି କମ୍ପାନୀକୁ ନେଇ ବାରମ୍ବାର ଅଭିଯୋଗ ପରେ କମ୍ପାନୀ କତୃପକ୍ଷ ଅଭିଯୋଗ କରିଥିବା ଗ୍ରାହକଙ୍କ ସହ ଆଲୋଚନା କରିଥିଲେ ଏବଂ ଅବଦ୍ଧି ସରିଥିବା ପ୍ୟାକେଟ କହି ଦାୟିତ୍ୱ ସାରି ଫେରିଥିଲେ । ଘଟଣା ପରେ ପୁଣି କିଛି ଅଭିଯୋଗ ଆସିବା ସହ ଲୋକ ଅସନ୍ତୋଷ ବଢ଼ିଥିଲା ଏପରିକି ଖାଦ୍ୟର ମାନ ଯାଞ୍ଚ ନେଇ ପ୍ରଶ୍ନ କରିଥିଲେ ଉପଭୋକତା ।

ଆଠ ଦିନ ବିଳମ୍ବରେ ଯାଞ୍ଚ କରିଥିଲେ ମଧ୍ୟ ଗ୍ରାହକ ସନ୍ତୋଷ ପ୍ରକାଶ କରିବା ସହ କହିଛନ୍ତି ଜନସାଧାରଣଙ୍କ ସୁରକ୍ଷା ସରକାରଙ୍କର ଦାୟିତ୍ୱ । ପଇସା ନେଇ ଆମ ଜୀବନକୁ ବିପଦରେ ନପକାଯାଉ ଲଗାତାର ଭାବେ ଏଭଳି ଘଟଣା ଉପରେ ନଜର ଦେଇ ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଉ ବୋଲି କହିଛନ୍ତି ଉପଭୋକତା । ଖାଦ୍ୟ ପଦାର୍ଥ ଲୋକଙ୍କ ଜୀବନ ଓ ସୁରକ୍ଷା ସହ ଜଡିତ ଥିବାବେଳେ ସେସବୁର ମାନ ନିୟମିତ ଯାଞ୍ଚ ହେବା ଯେତିକି ଜରୁରୀ ଲୋକ ସଚେତନ ହେବା ସେତିକି ଆବଶ୍ୟକ । ଆନ୍ଧ୍ର କମ୍ପାନୀ ଅପେକ୍ଷା ଓଡିଶାର ନିଜସ୍ୱ କମ୍ପାନୀ ପ୍ରତି ଲୋକ ଆକୃଷ୍ଟ ହେବା ସେତିକି ଜରୁରୀ ।

ଆହୁରି ପଢନ୍ତୁ: ଗୋଳିଆପାଣି  ସାହା ଭରଷା, ରାତି ପାହିଲେ ପାଣି ପାଇଁ ସଂଘର୍ଷ କରୁଛନ୍ତି ଲୋକେ