ଗ୍ରାମାଞ୍ଚଳରେ ନୂତନ ନିଯୁକ୍ତି ପାଇଁ ସରକାରଙ୍କ ବଡ଼ ପଦକ୍ଷେପ, ସମସ୍ତ ଜିଲ୍ଲାରେ ହେବ ଶିଳ୍ପାୟନ ଓ ପୁଞ୍ଜନିବେଶ ସହାୟକ ସଂସ୍ଥା

ଭୁବନେଶ୍ବର(କେନ୍ଯୁଜ୍): ଗ୍ରାମାଞ୍ଚଳରେ ନୂତନ ନିଯୁକ୍ତି ଓ ଅର୍ଥନୈତିକ ବିକାଶଧାରା ତ୍ୱରାନ୍ଵିତ କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଉଦ୍ୟୋଗର କାର୍ଯ୍ୟକୁ ସୁଗମ କରିବା ପାଇଁ ସମସ୍ତ ଜିଲ୍ଲାରେ ଶିଳ୍ପାୟନ ଓ ପୁଞ୍ଜନିବେଶ ସହାୟକ ସଂସ୍ଥା କାର୍ଯ୍ୟ କରିବ । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଅଗଷ୍ଟ ସୁଦ୍ଧା ଗଞ୍ଜାମ, ସୁନ୍ଦରଗଡ଼ ଓ ଜଗତସିଂହପୁରରେ ଏହି ସଂସ୍ଥା କାର୍ଯ୍ୟ କରିବ । ଏହାର ଫଳାଫଳକୁ ଅନୁଧ୍ୟାନ କରି ପରେ ୨୦୨୨ ମାର୍ଚ୍ଚ ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଏହା ସମ୍ପ୍ରସାରଣ ହେବ ।

ଜିଲ୍ଲାସ୍ତରୀୟ ଶିଳ୍ପାୟନ ଓ ପୁଞ୍ଜିନିବେଶ ସହାୟକ ସଂସ୍ଥା, ଉଦ୍ୟୋଗୀ ଓ ପୁଞ୍ଜିଲଗାଣକାରୀଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରି MSMEର କାର୍ଯ୍ୟକୁ ତ୍ୱରାନ୍ଵୀତ କରିବ । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର କାର୍ଯ୍ୟ ଆରମ୍ଭ ଠାରୁ ଋଣ ଯୋଗା, ଉତ୍ପାଦନ ଆରମ୍ଭ ଓ ଏହାର ମାର୍କେଟିଂ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏହି ସଂସ୍ଥା ସହଯୋଗ କରିବ । ଜିଲ୍ଲାରେ MSME ଗୁଡିକର ବିକାଶ ପାଇଁ ଅଧିକ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.