ଦୀର୍ଘ ଦିନ ପରେ ପୂରଣ ହେଲା ସ୍ବପ୍ନ, ଶେଷରେ ବୁଣାକାର ଗାଁରେ ଲାଗିଲା ସୋଲାର ଲାଇଟ୍‌

ସମ୍ବଲପୁର(କେ ନ୍ୟୁଜ): ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ଚାରପାଲି ଗାଁ । ଏହି ଗାଁରେ ରୁହନ୍ତି ଅନେକ ବୁଣାକାର ପରିବାର । ସମ୍ବଲପୁରୀ କପଡ଼ା ବୁଣିବା ଏମାନଙ୍କ ମୁଖ୍ୟ କାମ । କିନ୍ତୁ ଏମାନଙ୍କର ଗୋଟିଏ ଅସୁବିଧା ରହିଛି । ଶାଢ଼ୀ ଟିଏ ବୁଣିବା ପାଇଁ ଏମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଏମିତିକି ଗୋଟିଏ ଶାଢୀ ବୁଣିବା ପାଇଁ ଏମାନଙ୍କୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିଯାଏ । ଏହାର ଏକ କାରଣ ହେଉଛି ଏଠି ବିଦ୍ୟୁତର ଅଭାବ । ବିଦ୍ୟୁତ କଟିଗଲେ ବୁଣାକାର ମାନେ ଅନ୍ଧାରରେ ଆଉ କାମ କରି ପାରନ୍ତି ନାହିଁ । ଏଥିପାଇଁ ରାଜ୍ୟ ସରକାରଙ୍କୁ ରାଜ୍ୟବାସୀ ମାନେ ଏକଜୁଟ ହୋଇ ସୋଲାର ଲାଇଟ ପାଇଁ ନିବେଦନ କରିଥିଲେ । ଯାହାକୁ ନେଇ ସେଲକୋ ଫାଉଣ୍ଡେସନ ପକ୍ଷରୁ ଏହି ଗାଁର ପ୍ରତେକ ଘରକୁ ସୋଲାର ଲାଇଟ ଯୋଗାଇ ଦିଆଯାଇଛି । ଏହି ସୋଲାର ଲାଇଟରେ ଗୋଟିଏ ଫ୍ୟାନ ସମେତ ୨ଟି ଏଲ୍‌ଇଡି ଲାଇଟ୍‌ ଜଳି ପାରିବ ବିଭାଗୀୟ ଅଧିକାରୀ କହିଛନ୍ତି ।

bunakar

ସମୟ ସମୟରେ ଲାଇଟ୍‌ କଟିଯାଉଥିବାରୁ ଅନେକ ଅସୁବିଧା ହେଉଥିଲେ ଏଠିକା ବୁଣାକାର ପରିବାର । ଠିକ ସମୟରେ ଗ୍ରାହକମାନଙ୍କୁ ଡେଲିଭରୀ ଦେଇ ପାରୁନଥିଲେ ବୁଣାକାର । ସେପଟେ ଏବେ ଲାଇଟ ୨୪ ଘଣ୍ଟା ରହିବା ଫଳରେ କମ୍‌ ସମୟରେ ଅଧିକ ଲୁଗା ବୁଣିବାରେ ବୁଣାକାରମାନେ ସକ୍ଷମ ହେଇପାରିବେ । ଲୋକମାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୁରଣ ହୋଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.