ହୋଲି ପାଇଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ, ହେଡ କ୍ବାର୍ଟର୍ସରେ ରହିବାକୁ ନିର୍ଦ୍ଦେଶ

ଭଦ୍ରକ: ରାତି ପାହିଲେ ରଙ୍ଗର ପର୍ବ ହୋଲି । ଭଦ୍ରକରେ ହୋଲି ପାଇଁ ସବୁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି । ହୋଲିରେ ହେଡକ୍ୱାର୍ଟର ଛାଡ଼ିପାରିବେନି ସରକାରୀ ଅଧିକାରୀ । ସମସ୍ତ ଅଧିକାରୀଙ୍କ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ । ସବୁ ଅଧିକାରୀ ନିଜ ନିଜ ହେଡ କ୍ବାର୍ଟର୍ସରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।

ତେବେ ମାର୍ଚ୍ଚ ୧୪ରୁ ୧୬, ୩ଦିନ ଛୁଟି ପଡୁଥିବାରୁ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର ଏବଂ ବିଡିଓଙ୍କୁ ଜିଲାପାଳ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଏପରିକି ଆଇନଶୃଙ୍ଖଳା ସହ ଜଡ଼ିତ ଅଫିସରଙ୍କୁ ମଧ୍ୟ ହେଡ୍‌କ୍ୱାଟର ଛାଡ଼ିବାକୁ ମନା କରାଯାଇଛି । ଭଦ୍ରକ ସହରରେ ହୋଲି ପାଇଁ କୌଣସି ସାମ୍ପ୍ରତିକ ପରିସ୍ଥିତି ସୃଷ୍ଟି ନ ହେଉ, ଶାନ୍ତି ସଦ୍‌ଭାବନା ସହ ଆଇନ ଶୃଙ୍ଖଳାକୁ ଦୃଷ୍ଟି ରଖି ଜିଲାପାଳ ଏହି ନିର୍ଦ୍ଦେଶମାନା ଜାରି କରିଛନ୍ତି ।

 

ଆହୁରି ପଢ଼ନ୍ତୁ : ଆଇଆରବି ବାଟାଲିୟନ କନଷ୍ଟେବଳ ସିପାହୀ ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ, ୧୭ ତାରିଖରୁ ନିଯୁକ୍ତି…