ସରକାରୀ କର୍ମଚାରୀଙ୍କୁ ଲଗାମ : ହାତରେ ରହିବ ସ୍ମାର୍ଟ ଓ୍ଵାଚ୍‌, କାର୍ଯ୍ୟକଳାପକୁ ଟ୍ରାକ୍‌ କରିବେ ସରକାର

ନୂଆଦିଲ୍ଲୀ : ସରକାରୀ କର୍ମଚାରୀମାନେ ଏବେ ପିନ୍ଧିବେ ସ୍ମାର୍ଟ ଓ୍ଵାଚ୍‌ । ଯାହାଦ୍ୱାରା ତାଙ୍କ କାର୍ଯ୍ୟ କଳାପ ଉପରେ ସରକାର ନଜର ରଖିପାରିବେ । ଏମିତି ନିୟମ କରିବାକୁ ଯାଉଛନ୍ତି ହରିୟାଣା ସରକାର । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ଶନିବାର ସୋହାନାର ସର୍ମାଥଳାରେ ଏକ ବିକାଶ ର‍୍ୟାଲିକୁ ସମ୍ବୋଧନ କରିବା ବେଳେ ଏକଥା କହିଛନ୍ତି ।

ଅଫିସ ସମୟରେ ସରକାରୀ କର୍ମଚାରୀଙ୍କ ଉପସ୍ଥିତି ଓ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ସ୍ମାର୍ଟ ଓ୍ଵାଚ ପିନ୍ଧିବାକୁ ସରକାର ଖୁବ ଶୀଘ୍ର ନିୟମ କରିବାକୁ ଯାଉଛନ୍ତି ।

ମୁଖ୍ୟମନ୍ତ୍ରୀ ଖଟ୍ଟର ଏହା ମଧ୍ୟ କହିଛନ୍ତି ଯେ GPS ବାଲା ସ୍ମାର୍ଟ ଓ୍ଵାଚ୍‌ ବାୟୋମେଟ୍ରିକ ମେଶିନ ସ୍ଥାନ ନେବ । ଯେହେତୁ କରୋନା ଭାଇରସ କାରଣରୁ ବାୟାମେଟ୍ରିକ ମେଶିନ ବନ୍ଦ କରାଯାଇଛି ତାହା ସ୍ଥାନରେ ଏହି ସ୍ମାର୍ଟ ଓ୍ଵାଚ କାମ କରିବ ।

ରାଜ୍ୟ ସରକାର ବାୟୋମେଟ୍ରିକ ସିଷ୍ଟମକୁ ହଟାଇବାକୁ ଚାହୁଁଛନ୍ତି । କାରଣ ଏହା କରୋନା ସଂକ୍ରମଣ ବୃଦ୍ଧି କରିବାର ଆଶଙ୍କା ସୃଷ୍ଟି କରୁଛି । ଏହି ସ୍ମାର୍ଟ ଓ୍ଵାଚ ଦ୍ୱାରା ସରକାରୀ କର୍ମଚାରୀଙ୍କ ଉପସ୍ଥାନ ଉପରେ ନଜର ରଖିବା ସହ ସେମାନେ କତେବେଳେ କ’ଣ କରୁଛନ୍ତି କୁଆଡେ ଯାଉଛନ୍ତି ତାହା ଉପରେ ମଧ୍ୟ ନଜର ରଖିବ । କହିବାକୁ ଗଲେ ଏହି ସ୍ମାର୍ଟ ଓ୍ଵାଚ ସରକାରୀ କର୍ମଚାରୀଙ୍କୁ ଏକ ପ୍ରକାର ଲଗାମ ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.