ରତ୍ନ ଭଣ୍ଡାର ପାଇଁ ୧୬ ଜଣିଆ କମିଟି ଗଠନ କଲେ ସରକାର

ଭୁବନେଶ୍ୱର : ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଠିସ ବିଶ୍ଵନାଥ ରଥ ଅଧ୍ୟକ୍ଷତାରେ ଏକ ୧୬ ଜଣିଆ କମିଟି ଗଠନ ହୋଇଛି । ଆସନ୍ତା ୬ ତାରିଖରେ ପୁରୀରେ ଏହି କମିଟି ଏକ ବୈଠକ କରିବ । ସେଥିରେ ଯାହା ନିଷ୍ପତ୍ତି ହେବ ସରକାର ତାକୁ କାର୍ଯ୍ୟରେ ଲାଗାଇବ । ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ନେଇ ଯୁଗେ ଯୁଗେ ଭକ୍ତ ଓ ଜନସାଧାରଣଙ୍କ ନିକଟରେ ଅନେକ ଲୋକକଥା ଓ କିମ୍ବଦନ୍ତୀ  l ଏହି ଭଣ୍ଡାରରେ ମହଣ ମହଣ ଦୁର୍ମୁଲ୍ୟ ସ୍ଵର୍ଣ ଅଳଙ୍କାର,  ହୀରା,ମଣି ମୁକ୍ତା ରହିଥିବାର ପ୍ରବାଦ ରହିଛି l ବିଶ୍ୱାସ  ରହିଛି ଗର୍ଭଗୃହ ନିକଟରେ ଥିବା 7  ବଖରା ବିଶିଷ୍ଟ ଏହି ରତ୍ନଭଣ୍ଡାର ନିକଟରେ ପ୍ରଭୁ ଲୋକନାଥ ଭଣ୍ଡାର ରକ୍ଷକ ଭାବେ ରହିଛନ୍ତି  l   କିନ୍ତୁ ରେକର୍ଡ ଅଫ ରାଇଟ ଅନୁଯାୟୀ ଭଣ୍ଡାର ମେକାପ ଭଣ୍ଡାରର ରକ୍ଷଣାବେକ୍ଷଣ କରିଥାନ୍ତି l  ରତ୍ନଭଣ୍ଡାର ପ୍ରକୃତରେ 3 ଭାଗରେ ବିଭକ୍ତ l  ଏହି 3 ଭାଗ ହେଉଛି 1. ଚଳନ୍ତି ଭଣ୍ଡାର 2. ବାହାର ଭଣ୍ଡାର 3. ଭିତର ଭଣ୍ଡାର l

ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଥିବା  ରେକର୍ଡ  ଅଫ ରାଇଟ ଅନୁଯାୟୀ ଚଳନ୍ତି ଭଣ୍ଡାରରେ ଥିବା ସ୍ଵର୍ଣ ଅଳଙ୍କାର ମହାପ୍ରଭୁଙ୍କ ଦୈନନ୍ଦିନ ନୀତିରେ ଲାଗି ହେଉଥିବା ଅଳଙ୍କାର l ଏହା ଭଣ୍ଡାର ଘର ବାହର ପଟ ଅଂଶରେ ରହିଥାଏ l ଏହାର ଦାୟିତ୍ୱରେ ଭଣ୍ଡାର ମେକାପ ରହିଥାନ୍ତି l ଭଣ୍ଡାର ମେକାପଙ୍କ ସହାୟତାରେ ପୁଷ୍ପଲକ ବା ସିଂହାରୀ ସେବାୟତମାନେ ଏହି ଅଳଙ୍କାରକୁ ଦୈନନ୍ଦିନ ନୀତିରେ ଲାଗି କରିଥାନ୍ତି l

ଏହାପରେ ରହିଛି ବାହାର ଭଣ୍ଡାର ଘର l ଏହି ଭଣ୍ଡାର ଘରେ ଥିବା ସ୍ଵର୍ଣ ଅଳଙ୍କାର ମହାପ୍ରଭୁଙ୍କ ସୁନାବେଶ ଅବସରରେ ଖୋଲାଯାଇଥାଏ l ରତ୍ନାବେଦିରେ ହେଉଥିବା 4 ଥର ସୁନାବେଶ ଯଥା ପୌଷ ପୂର୍ଣ୍ଣମୀ, କାର୍ତିକ ପୂର୍ଣ୍ଣମା, ଦଶହରା ଓ ଦୋଳ ପୂର୍ଣ୍ଣମୀ ରେ ଖୋଲାଯାଇଥାଏ l ସେହିପରି ରଥଯାତ୍ରା ଅବସରରେ ଅନୁଷ୍ଠିତ ହେଉଥିବା ସୁନାବେଶରେ ମଧ୍ୟ ବାହାର ରତ୍ନଭଣ୍ଡାର ଖୋଳାଯାଇ ସ୍ଵର୍ଣ ଅଳଙ୍କାର ବାହାରକୁ ଅଣାଯାଇ ରଥ ଉପରେ ସୁନାବେଶ କରାଯାଏ l ଏହି ବାହାର ରତ୍ନ ଭଣ୍ଡାର ଖୋଲିବା ପାଇଁ ନିର୍ଦିଷ୍ଟ ନିୟମ ରହିଛି l

ଏହି ଭଣ୍ଡାରର ଚାବି 3 ଜଣଙ୍କ ନିକଟରେ ରହିଛି l  ରେକର୍ଡ ଅଫ ରାଇଟ ଅନୁଯାୟୀ ଏହି ଚାବି ଗଜପତି, ଶ୍ରୀମନ୍ଦିର ପ୍ରଶାସକ ଓ ଭଣ୍ଡାର ମେକାପଙ୍କ ନିକଟରେ ରହିଥାଏ l ଏହି ନିର୍ଦିଷ୍ଟ ଦିନମାନଙ୍କରେ ଗଜପତିଙ୍କ ପ୍ରତିନିଧି, ଶ୍ରୀମନ୍ଦିର ପ୍ରଶାସନର ପ୍ରତିନିଧି ଓ ଭଣ୍ଡାର ମେକାପ ନିଜେ ରହି ବାହାର ରତ୍ନଭଣ୍ଡାର ଖୋଲିଥାନ୍ତି l ଏଣୁ ବର୍ଷକରେ ପ୍ରାୟ 5 ଥର ଏହି ବାହାର ଭଣ୍ଡାର ଖୋଲାଯାଏ l

.ତେବେ ଭିତର ଭଣ୍ଡାର ଖୋଲାଯିବ କ୍ଷମତା ରେକର୍ଡ ଅଫ ରାଇଟ ଅନୁଯାୟୀ ରାଜ୍ୟସରକାରଙ୍କ ନିକଟରେ ରହିଛି l ରାଜ୍ୟସରକାର ଵିଧି ବିଭାଗର ପରାମର୍ଶ କ୍ରମେ ବିଶେଷ କାର୍ଯ୍ୟରେ ଏହି ଭିତର ଭଣ୍ଡାର ଖୋଲାଯାଇଥାଏ l ଏହି ଭିତର ଭଣ୍ଡାର ଚାବି ରେକର୍ଡ ଅଫ ରାଇଟ ଅନୁଯାୟୀ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଜିଲ୍ଳା ଟ୍ରେଜାରୀରେ ରହିଥାଏ l

ପ୍ରଥମେ ବାହାର ଭଣ୍ଡାରର 3 ଟି ଚାବି ଏକାଠି ଖୋଲାଯିବାପରେ ଭିତର ଭଣ୍ଡାର ଚାବି ଖୋଳାଯାଇଥାଏ l ତେବେ ପରମ୍ପରା ଅନୁଯାୟୀ ଭିତର ରତ୍ନଭଣ୍ଡାରରେ କି କି ଅଳଙ୍କାର ରହିଛି ତାହା ଦେଖିବା ବା ଜାଣିବାକୁ ସେବାୟତମାନେ ଉଚିତ ମନେ କରନ୍ତି ନାହିଁ l ସିଂହାରୀ ସେବାୟତମାନେ ମହାପ୍ରଭୁଙ୍କୁ ଏହି ଅଳଙ୍କାର ଲାଗି କରୁଥିଲେ ମଧ୍ୟ ସେମାନେ ମଧ୍ୟ ଭିତର ଭଣ୍ଡାରକୁ ରହସ୍ୟମୟ ବୋଲି କହିଁଥାନ୍ତି l

ବିଶ୍ୱାସ ରହିଛି ତତ୍କାଳୀନ ସୂର୍ଯବଂଶୀ ଓ ଗଙ୍ଗବଂଶୀ ରାଜା ଓ ଗଜପତିମାନେ ରାଜ୍ୟ ବିଜୟ କରି ସମସ୍ତ ଧନରତ୍ନ ଓ ରତ୍ନଖଚିତ ଆଭୂଷଣ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରୁଥିଲେ l ବିଶେଷ କରି ଦlକ୍ଷିଣlତ୍ୟ ବିଜୟ କରି ରାଜା କପିଳେନ୍ଦ୍ର ଦେବ ବହୁ ପରିମାଣର ଅଳଙ୍କାର ଓ ସ୍ଵର୍ଣ ଆଭୂଷଣ ମହାପ୍ରଭୁଙ୍କୁ ଦାନ କରିଥିବାବେଳେ ଏହା ଏବେ ରତ୍ନଭଣ୍ଡାରରେ ଗଛିତ ରହିଛି l