୩୦ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ଦେଲେ ସରକାର

ଭୁବନେଶ୍ବର(କେନ୍ୟୁଜ୍):୩୦ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ଦେଲେ ସରକାର । ଜିଲ୍ଲା ଗସ୍ତ କରି ସେମାନେ ସମସ୍ୟା ଦୂର ପାଇଁ ପଦକ୍ଷେପ ନେବେ । ସେମାନେ ମୁଖ୍ୟତଃ ଧାନ ସଂଗ୍ରହ ପ୍ରକ୍ରିୟା, କୋଭିଡ୍‌ ପରିଚାଳନା ଏବଂ ଉନ୍ନୟନମୂଳକ ଯୋଜନା ଓ ପ୍ରକଳ୍ପର କାର୍ଯ୍ୟକାରିତା ଦାୟିତ୍ୱ ତଦାରଖ କରିବେ । ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏନେଇ ଜାରି ହୋଇଛି ନିର୍ଦ୍ଦେଶ ।

୩୦ ଅଧିକାରୀ ମାସକରେ ଅତି କମରେ ଦୁଇ ଥର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିବା ସହ ସ୍ଥାନୀୟ ପ୍ରଶାସନିକ ସମସ୍ୟାର ସମାଧାନ ଖୋଜିବେ । ସମ୍ପୃକ୍ତ ଅଫିସରମାନେ ଜିଲ୍ଲା ଗସ୍ତର ସମ୍ପୂର୍ଣ୍ଣ ବିବରଣୀ ମୁଖ୍ୟ ସଚିବଙ୍କ ଅଫିସକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲା ଆବଣ୍ଟିତ ହୋଇଥିବା ଆଇଏଏସଙ୍କୁ ସ୍ୱତନ୍ତ୍ର ଭାବେ ସବୁ ମାନଦଣ୍ଡ ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.