ଭୁବନେଶ୍ୱର : ୨୦ ତାରିଖରେ ଦୀପାବଳି ଛୁଟି। ସୋମବାରକୁ ଅତିରିକ୍ତ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଘୋଷଣା ହୋଇଥିବା ମଙ୍ଗଳବାରର ଛୁଟି ବି ବଳବତ୍ତର ରହିବ। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ୨୧ତାରିଖରେ ବ୍ୟାଙ୍କ ଓ ଅନ୍ୟା ବିତ୍ତିୟ ସଂସ୍ଥା ଖୋଲା ରହିବ। ଏଥିସହ ୨୫ ତାରିଖ ଚତୁର୍ଥ ଶନିବାରକୁ କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି। ସେପଟେ ୨୦ ତାରିଖରେ ନୂଆପଡ଼ା ଜିଲ୍ଲାର ସରକାରୀ କାର୍ଯ୍ୟାଳୟ ଖୋଲାରହିବ। ଦୀପାବଳି ପାଳନ ନେଇ ପୂର୍ବରୁ ୨୦ ତାରିଖ ଠିକ୍ ବୋଲି ମୁକ୍ତି ମଣ୍ଡପରେ ଘୋଷଣା ହୋଇଛି। ଶ୍ରୀମନ୍ଦିରରେ ୨୦ ତାରିଖ ଦିନ ଦୀପାବଳି ଓ ପୟାଶ୍ରାଦ୍ଧ ଆୟୋଜନ ହେବ ।
Also read :ବିଜେପି ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କ ନାମାଙ୍କନ ପତ୍ର ଦାଖଲ, ମନ୍ତ୍ରୀ, ବିଧାୟକ ଶୋଭାଯାତ୍ରାରେ ସାମିଲ