୨୦ ବର୍ଷ ହେଲା ବନ୍ଦ ହୋଇ ପଡ଼ିଛି ସରକାରୀ ବରଫକଳ, ପୁନରୁଦ୍ଧାର ଦାବି

ଚାନ୍ଦବାଲି : ୨୦ ବର୍ଷ ହେଲା ବନ୍ଦ ହୋଇ ପଡ଼ିଛି ସରକାରୀ ବରଫକଳ। ୧୯୬୦ରେ ଚାନ୍ଦବାଲିରେ ୨ ଏକର ପରିମିତ ଜମିରେ ଗଢିଉଠିଥିଲା ବରଫ କଳ। କେତେକ ମୁନାଫାଖୋର ଅଫିସରଙ୍କ ପାଇଁ ୨୦୦୫ ମସିହାରେ କ୍ଷତି ଦର୍ଶାଇ ଏହି ସରକାରୀ ସଂସ୍ଥାକୁ ବନ୍ଦକରି ଦିଆଯାଇଛି। ବନ୍ଦ ସମୟରେ ଜଣେ ସିନିଅର ଅପେରେଟରଙ୍କ ସହ ୪ଜଣ ସ୍ଥାୟୀ କର୍ମଚାରୀ ଥିଲେ । ୪ ଜଣକୁ ଅନ୍ୟତ୍ର ବଦଳି କରାଯାଇ ଥିବା ବେଳେ ୨ ଜଣ ଅବସର ଗ୍ରହଣ କରିଛନ୍ତି। ଏବେ ଜଣେ ୱାଚମ୍ୟାନ ବଦଳରେ ଜଣେ ସିନିୟର ଅପରେଟର ବସି ବସି ବିନା କାର୍ଯ୍ୟରେ ଲକ୍ଷାଧିକ ଟଙ୍କା ଦରମା ନେଇ ଚାଲିଛନ୍ତି । ୨୦ ବର୍ଷ ହେଲା ବନ୍ଦ ରହିଥିବା ଏହି ବରଫକଳର ପୁନରୁଦ୍ଧାର ପାଇଁ ଦାବି ହେଉଛି।