ସଜ ମାଛରେ ଫର୍ମାଲିନ ପୋକ ! ଟେଷ୍ଟିଂ ଲାଗି ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ

ଭୁବନେଶ୍ୱର : ଭୁବନେଶ୍ୱରରେ ମାଛ ଦୋକାନରୁ ସଂଗ୍ରହ ହୋଇଛି ନମୁନା । ଆନ୍ଧ୍ର ପଟୁ ଆସୁଥିବା ମାଛଗାଡିରୁ ମଧ୍ୟ ମାଛ ସାମ୍ପଲ କଲେକ୍ସନ ହୋଇଛି । ଆନ୍ଧ୍ର ପଟୁ ଆସୁଥିବା ମାଛରୁ ମିଳିଲାନି ଫର୍ମାଲିନ। କିନ୍ତୁ ୪ ନମ୍ବର ମାର୍କେଟରୁ ସଂଗ୍ରହ ୯ଟି ନମୁନାରୁ ଗୋଟିଏ ପାମ୍ପଲେଟ୍‌ ମାଛରୁ ଫର୍ମାଲିନ ମିଳିଲା । ଏ ମାଛ କେଉଁଠୁ ଆସିଲା, ତାକୁ ନେଇ ତଦନ୍ତ ଚାଲିଛି । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ବର୍ତ୍ତମାନ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଟାସ୍କ ଫୋର୍ସ ଗଠନ କରି ମାଛର ଟେଷ୍ଟିଂ ପାଇଁ କହିଛି। କିନ୍ତୁ ମାଛ ଖାଇବାକୁ କୌଣସି ବାରଣ କରାଯାଇ ନାହିଁ କି ବ୍ୟାନ ଲଗାଇବାକୁ ସରକାର ଚିନ୍ତା କରି ନାହାନ୍ତି। ବିଭାଗୀୟ ସଚିବ କହିଛନ୍ତି ଆସାମ ସରକାରଙ୍କ ସହ ଏ ବିଷୟରେ କଥା ହେବ। ଦି ଦିନ ତଳେ ଆସାମ, ବାହାର ରାଜ୍ୟରୁ ମାଛ ଆମଦାନୀ ଉପରେ ରୋକ୍‌ ଲଗାଇଛିି।

ଯେଉଁ ଦୋକାନ ମାଛରୁ ଫର୍ମାଲିନ ମିଳିଲା, ସେ ଦୋକାନ ମାଲିକ ରତ୍ନାକର ବେହେରା ଆପତ୍ତି ଉଠାଇଛନ୍ତି। କହିଛନ୍ତି ତାଙ୍କ ଦୋକାନରୁ ନମୁନା ସଂଗ୍ରହ ହୋଇନି। ଏହାସହ ସେ ପାରାଦୀପ ଓ ଚିଲିକାରୁ ମାଛ ଆଣି ହୋଲସେଲ ବ୍ୟବସାୟ କରନ୍ତି। ସେପଟେ ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସ ଅଭିଯୋଗ, ଫର୍ମାଲିନ ଆଳରେ ଖାଉଟି ଓ ବ୍ୟବସାୟୀଙ୍କୁ ଭୟଭୀତ କରାଯାଉଛି। ପଡୋଶୀ ରାଜ୍ୟରୁ ଆସୁଥିବା ମାଛରମାନକୁ ନିୟମିତ ଯାଞ୍ଚ ପାଇଁ ଦାବି ହୋଇଛି।

ଆନ୍ଧ୍ରରୁ ଆସୁଥିବା ମାଛରେ ଫରମାଲିନ୍‌ ନାମକ ରାସାୟନିକ ପଦାର୍ଥ ମିଶୁଛି କି,ଏଭଳି ଖବର ପ୍ରଚାରିତ ହେବାପରେ ତତ୍ପର ହୋଇ ଉଠିଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.