ରାଜ୍ୟରେ ଆଳୁ ସ୍ଥିତି ଉପରେ ନଜର ରଖିଛନ୍ତି ସରକାର,ଖୁବ ଶୀଘ୍ର ସ୍ଥିତି ସୁଧୁରିବ ବୋଲି କହିଛନ୍ତି ମନ୍ତ୍ରୀ

ରାଜ୍ୟରେ ଆଳୁ ସ୍ଥିତି ଉପରେ ନଜର ରଖିଛନ୍ତି ସରକାର । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହେବା ପରେ ସେଠାରୁ ଆଳୁ ଆସୁଛି । କିଛି ସ୍ଥାନରେ କିଲୋ ପ୍ରତି ୫୦ ରୁ ୬୦ ଟଙ୍କା ରେ ବିକ୍ରି ହେଉଛି । ଶୀତଳ ଭଣ୍ଡାର ଅଭାବରୁ ଆଳୁ ରଖାଯାଇପାରନି । ଯାହା ଫଳରେ ଏ ସଙ୍କଟ ଉପୁଜିଥିବା କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେବେ ଖୁବ ଶୀଘ୍ର ସ୍ଥିତି ସୁଧୁରିବ ବୋଲି କହିଛନ୍ତି ମନ୍ତ୍ରୀ । ବର୍ଷେ ଦୁଇ ବର୍ଷ ମଧ୍ୟରେ ଆଳୁ ଓ ପିଆଜ଼ କୁ ନେଇ ଓଡିଶା ଆତ୍ମ ନିର୍ଭରଶୀଳ ହେବ ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର ।

You might also like