ପୁରୀ : ବେଦାନ୍ତକୁ ଲିଜ୍ ଦିଆଯାଇଥିବା ସମସ୍ତ ସରକରୀ ଜମି ସରକାରୀ ଖାତା ଭୂ ଲେଖ ଆପକୁ ଫେରିଛି । ସମସ୍ତ ଚାଷୀଙ୍କ ଜମି ସେମାନଙ୍କ ପାଖକୁ ଫେରିବ । ଜମିର ଅର୍ଥ ଦେଇ ନିଜ ଜମି ଫେରି ପାଇବେ ଚାଷୀ । ଏହା କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ପୁରୀରେ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ନେଇଥିବା ଜମି ଫେରିପାଇବେ ଚାଷୀ ।
ପ୍ରତି ବଦଳରେ ଚାଷୀମାନେ ନେଇଥିବା କ୍ଷତିପୂରଣ ରାଶି ଫେରାଇବେ । ଅଧିଗ୍ରହଣ ହୋଇଥିବା ଜମିର ସତ୍ତ୍ବ ବା ରେକର୍ଡ଼ ସଂଶୋଧନ କରାଯାଇ ଚାଷୀଙ୍କୁ ପଟ୍ଟା ଓ ଜମି ଦଖଲ ଦିଆଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଅଗ୍ରୱାଲ ଫାଉଣ୍ଡେସନ ପାଇଁ ମୋଟ ୩୩୪୨. ୫୩ ଏକର ଘରୋଇ ଜମି ଅଧିଗ୍ରହଣ କରିଥିଲେ ।
ପାଖାପାଖି ୬ ହଜାର ଜମିହରା ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କ ଜମି ଫେରସ୍ତ କରାଯିବ । ସେହିପରି ବେଦାନ୍ତକୁ ଲିଜ ଦିଆଯାଇଥିବା ୪୯୪.୯୮ ଏକର ସରକାରୀ ଜମି ପୁଣି ସରକାରୀ ଖାତାକୁ ଫେରି ଆସିଛି । ଯେଉଁ ଚାଷୀ ଜମି ପାଇଁ କ୍ଷତିପୂରଣ ପାଇଛନ୍ତି ସେମାନଙ୍କୁ କ୍ଷତିପୂରଣ ଅର୍ଥ ଫେରାଇବାକୁ ପଡ଼ିବ ।