ଘଟଗାଁ : ସରକାରୀ ଯୋଜନାରୁ ବଞ୍ଚିତ ୪୦ରୁ ଉର୍ଦ୍ଧ୍ୱ ପରିବାର

ଘଟଗାଁ (କେନ୍ୟୁଜ୍) : ଗରିବଙ୍କୁ ଘର ଯୋଗାଇ ଦେବାକୁ ଅନେକ ଯୋଜନା। ମାତ୍ର ଠିକ୍ ଭାବେ ଏହାର ସଫଳ ରୂପାୟନ ହୋଇ ପାରୁନି । ଉପରଡିହା ପଞ୍ଚାୟତର ଭୋଳସାହି ଗାଁ । ଏଠାରେ ୪୦ରୁ ଉର୍ଦ୍ଧ୍ୱ ମୁଣ୍ଡା ଜନଜାତି ପରିବାର ବାସ କରୁଛନ୍ତି । ଦିନ ମଜୁରିଆ ଭାବେ ଏମାନେ ଜୀବନ ଜିଉଛନ୍ତି । ସରକାରଙ୍କ ଆଦିବାସୀଙ୍କ ପାଇଁ ଏତେ ଯୋଜନା ଥିଲେ ସୁଦ୍ଧା ଏମାନେ ଏସବୁରୁ ବଞ୍ଚିତ । ନିଜେ ମଧ୍ୟ ଘର ଖଣ୍ଡେ କରିବା ପାଇଁ ଅସମର୍ଥ । ଖରା ବର୍ଷା ଶୀତରେ ଭଙ୍ଗା କୁଡିଆରେ ପାଲ ଟାଣି ବଞ୍ଚିବାକୁ ପଡୁଛି । ଅନ୍ୟପଟେ ଏମାନଙ୍କ ପାଖରେ କୌଣସି ପରିଚୟ ପତ୍ର ବି ନାହିଁ । ଫଳରେ ସରକାରୀ ଯୋଜନାର ସୁଫଳ ପାଇପାରୁ ନାହାନ୍ତି ଏମାନେ । ଖୁବଶୀଘ୍ର ଏ ସମସ୍ୟା ସମ୍ପର୍କରେ ଆଲୋଚନା କରି ଆବାସ ଯୋଜନାରେ ସାମିଲ କରାଯିବାକୁ ଘଟଗାଁ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.