ସରକାରୀ ସ୍କୁଲ ସାର୍‌ଙ୍କ କାରନାମା ଶୁଣିଲେ କାନରେ ହାତ ଦେବେ, ୧୬ ଜଣ ନାବାଳକ ଓ ନାବାଳିକାଙ୍କୁ ରଖି ଖଟାଉଥିଲେ

ରାଉରକେଲା : ପେସାରେ ଜଣେ ସରକାରୀ ସ୍କୁଲର ଶିକ୍ଷକ । ହେଲେ କରିଛନ୍ତି ଏକ ବସ୍ତା ତିଆରି କାରଖାନା । ଆଉ ସାର୍‌ ଆମର ସେହି କାରଖାନାରେ ୧୬ ଜଣ ନାବାଳକ ଓ ନାବାଳିକାଙ୍କୁ କାମରେ ଲଗାଇ ବେପାର ଚଳାଇଥିଲେ । ଏଥିରେ ୧୪ ଜଣ ନାବାଳିକା ଓ ୨ ଜଣ ନାବାଳକ ଅଛନ୍ତି ।

RKL-3

ଯାହା ସୂଚନା ମିଳିଛି, ଏହି ପିଲାମାନଙ୍କୁ ପାଠ ପଢ଼ାଇବା ଆଳରେ ଶିକ୍ଷକ ଗଣେଶ ପ୍ରସାଦ ଯାଦବ ନିଜ ଘର ପଛ ପଟେ ଥିବା ଫ୍ୟାକଟ୍ରିରେ କାମ କରାଉଥିଲେ । ପିଲାମାନେ ବିରୋଧ କଲେ ସେମାନଙ୍କୁ କୁଆଡ଼େ ଧମକ ଚମକ ଦେଉଥିଲେ । ଏହି ଖବର ପାଇବା ପରେ ବିଶ୍ରା ଚାଇଲଡ୍‌ ଲାଇନ ଅଧିକାରୀ ଏବଂ ବିଶ୍ରା ପୋଲିସ ଚଢ଼ାଉ କରିଥିଲେ । ସେମାନେ ଫ୍ୟାକଟ୍ରି ଭିତରୁ ପିଲାଙ୍କୁ ଉଦ୍ଧାର କରିଛନ୍ତି । ପିଲାଙ୍କୁ ବିଶ୍ରା ଚାଇଲଡ୍‌ ଲାଇନକୁ ଅଣାଯାଉଛି। ଏପଟେ ଶିକ୍ଷକ ଗଣେଶ ପ୍ରସାଦ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । ଆରମ୍ଭ। ଘଟଣା ଘଟିଛି ନୂଆଗାଁ ବ୍ଲକ ହାତୀବାଡି ଅଞ୍ଚଳରେ । ଆଉ ଗଣେଶ ସାର ହେଉଛନ୍ତି ବେନ୍ତା ସ୍କୁଲର ଶିକ୍ଷକ ।

RKL-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.