ସରକାରୀ ଗାଡିର ନାହିଁ କାଗଜ ପତ୍ର, କାଗଜ ପତ୍ର ତ୍ରୁଟି ଥିଲେ ଗାଡି ଉପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ନୟାଗଡ : ଚାଲିଛି ସଡ଼କ ସପ୍ତାହ କାର୍ଯ୍ୟକ୍ରମ। ଯାନବାହାନ କଟକଣା ଉପରେ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଗାଡିକୁ ଯାଞ୍ଚ କରାଯାଉଛି । ବେସରକାରୀ ଗାଡି କାଗଜ ପତ୍ର ଭୁଲ ଥିଲେ ଗାଡି ମାଲିକ ଉପରେ ପଡୁଛି ଅର୍ଥ ଦଣ୍ଡ । ସରକାରୀ ଗାଡି ଉପରେ ନାହିଁ କଟକଣା । ସରକାରୀ ଗାଡିର ନାହିଁ କାଗଜ ପତ୍ର କିନ୍ତୁ ରାସ୍ତାରେ ବେଧଡକ ଚାଲିଛି ଗାଡ଼ି ।

ନୟାଗଡ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଜ଼ିଲ୍ଲାର ବିଭିନ୍ନ ସ୍ଥାନରେ ଗାଡି ମୋଟରର ଯାଞ୍ଚ ଚାଲିଛି । ଗାଡିର ଫିଟନେସ, ଇନ୍ସୁରାନ୍ସ, ପଲୁସନ ଉପରେ ଗୁରୁତ୍ୱ ଦିଆଯାଉଛି । ଗାଡ଼ିରେ ଏସବୁ ଠିକ ନଥିବ ଗାଡି ମାଲିକକୁ ହଜାର ହଜାର ଟଙ୍କାର ଜୋରିମାନା ଦେବାକୁ ପଡୁଛି । ସରକାରୀ ଗାଡି ଉପରେ ଜ଼ିଲ୍ଲା ପ୍ରଶାସନର ନାହିଁ ଲଗାମ । କିଛି ବ୍ୟକ୍ତି ସରକାରୀ ଅଫିସରେ ଗାଡି ଲଗାଇଛନ୍ତି । ସେମାନେ ଗାଡିର କାଗଜ ପତ୍ରରେ ତ୍ରୁଟି ରଖୁଛନ୍ତି । ନୟାଗଡ ଆହାର କେନ୍ଦ୍ରରୁ ୪ ଟି ଗାଡ଼ିରେ ଜ଼ିଲ୍ଲାର ୮ ଟି ବ୍ଲକକୁ ଖାଦ୍ୟ ଯାଉଛି । ସେହି ୪ ଟି ଗାଡ଼ିର ଇନ୍ସୁରାନ୍ସ ନାହିଁ । ଗୋଟିଏ ଗାଡିର ଫିଟନେସ ନାହିଁ । ସେହି ଗାଡି ଜ଼ିଲ୍ଲା ପ୍ରଶାସନ ଅଧୀନରେ ଅଛି । ମେଡିକାଲ CDMO ଙ୍କ ଗାଡିରେ ନାହିଁ ଇନ୍ସୁରାନ୍ସ । ମେଡିକାଲ ସରକାରୀ ଗାଡ଼ିରେ ଇନ୍ସୁରାନ୍ସ ନାହିଁ କି ଫିଟିନେସ ନାହିଁ । ନୟାଗଡ ବ୍ଲକ BDO ଙ୍କ ଗାଡ଼ିରେ ନାହିଁ ଫିଟିନେସ, ଇନ୍ସୁରାନ୍ସ ଓ ପଲ୍ୟୁସନ ।

ଜ଼ିଲ୍ଲା ପରିବହନ ବିଭାଗ ସରକାରୀ ଗାଡି ଓ ଜ଼ିଲ୍ଲା ପ୍ରଶାସନ ଅଧିକାରୀଙ୍କ ଗାଡି ଉପରେ କରୁ ନାହାନ୍ତି ଯାଞ୍ଚ । ଏନେଇ ସମସ୍ତ ତଥ୍ୟ Vahan ସାଇଟ ଅଣାଗଲା। ପରିବହନ ବିଭାଗର ସମସ୍ତ ଗାଡି ମୋଟର ତଥ୍ୟ ଉପଲବ୍ଧ ହେଉଛି । ନୟାଗଡ CDMO କହିଛନ୍ତି ଗାଡି ଲଗାଇଥିବା ବ୍ୟକ୍ତିଙ୍କୁ ନୋଟିସ କରାଯାଇଛି । ସରକାରୀ ଗାଡିର କାଗଜ ପତ୍ର ଶୀଘ୍ର କରାଯିବ। ନୟାଗଡ ପରିବହନ ଅଧିକାରୀ କହିଛନ୍ତି ଜ଼ିଲ୍ଲା ପ୍ରଶାସନ ଙ୍କ ନୋଟିସ କୁ ନେଇ ସମସ୍ତ ଗାଡିର ତଥ୍ୟ ଠିକ କରାଯିବ । ଯେଉଁ ବ୍ୟକ୍ତି ଗାଡିକୁ ସରକାରୀ ଅଫିସରେ ଲଗାଇଛନ୍ତି ସେହି ଗାଡିର କାଗଜ ପତ୍ର ତ୍ରୁଟି ଥିଲେ ଗାଡି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।