କେବେ ଆରମ୍ଭ ହେବ ରଥ ନିର୍ମାଣ? ଏନେଇ ସରକାର ନେବେ ନିଷ୍ପତ୍ତି, ଠିକ ସମୟରେ କାର୍ଯ୍ୟ ସରିବା ନେଇ ଆଶଙ୍କା

ପୁରୀ: ରଥନିର୍ମାଣ ପାଇଁ ସରକାର ନେବେ ନିଷ୍ପତ୍ତି । ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଆରମ୍ଭ ହୋଇପାରିନାହିଁ । ଗତକାଲି ରଥଖଳାରେ ବିଶ୍ୱକର୍ମା ମହାରଣାମାନେ ପହଞ୍ଚିଥିଲେ । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାଳ, ମହାପ୍ରସାଦ ଓ ନାରିକେଳ ଯୋଗାଇ ଦିଆଯାଇ ନଥିବାରୁ ରଥ ନିର୍ମାଣ କାମ ଆରମ୍ଭ ହୋଇପାରିନାହିଁ । ଆଜି ସୁଦ୍ଧା କାମ ଆରମ୍ଭ କରାନଗଲେ ଠିକ ସମୟରେ ରଥ ନିର୍ମାଣ ସରିବା ନେଇ ଆଶଙ୍କା ରହିଛି ।

wood workରଥ ନିର୍ମାଣ କାମ ଧାର୍ମିକ ପର୍ବ ନୁହେଁ । ତେଣୁ ରଥ ନିର୍ମାଣ କାର୍ଯ୍ୟ ଶୀଘ୍ର କରାଯାଉ । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ପରେ ତୁରନ୍ତ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଆଇନ ବିଭାଗ ନିଷ୍ପତ୍ତିକୁ ଅପେକ୍ଷା ରହିଛି। ସେପଟେ ଲକ୍‌ଡାଉନ୍‌ କଟକଣାକୁ ପାଳନ କରି ରଥ ନିର୍ମାଣ ନେଇ ସହମତି ଦେଇଛନ୍ତି ବିଶ୍ୱକର୍ମା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.