ବାଲେଶ୍ୱର ବିଷ୍ଣୁପୁର ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ, ଯୋଗ ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ବାଲେଶ୍ବର (କେନ୍ୟୁଜ୍): ରୁଷ, ୟୁକ୍ରେନ୍‌, ଚୀନ ଭଳି ଦେଶ ବିଧ୍ୱଂସ ଆଡ଼କୁ ଯାଉଥିବା ବେଳେ ଭାରତ ସୁସ୍ଥ ବାତାବରଣ ସୃଷ୍ଟି ପାଇଁ ଉଦ୍ୟମ ଜାରି ରଖିଛି। ବାଲେଶ୍ୱର ଜିଲ୍ଲା ବିଷ୍ଣୁପୁର ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇ ଏଭଳି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସେହିପରି ମୁଖ୍ୟବକ୍ତା ଭାବରେ କନ୍ଧମାଳ ସାଂସଦ ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଯୋଗ ଦେଇଥିଲେ । ଏ ମାଟି ମହାନ । ଏ ଗୋଟିଏ ଗାଁ ଗୋଟାଏ ପଞ୍ଚାୟତ । ଏହି ଗାଁରେ ଶତ ପ୍ରତିଶତ ଶିକ୍ଷିତ ବୋଲି ଡ. ସାମନ୍ତ ନିଜ ବକ୍ତବ୍ୟରେ କହିଛନ୍ତି । ବଡ଼ ହେବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ବହୁ କଷ୍ଟ କରିବାକୁ ହେବ ।

governor 2

ଆଜି କଷ୍ଟ କଲେ ଭବିଷ୍ୟତରେ ଜଣେ ବଡ ମଣିଷ ହେବ । ଏହାସହ ଅଭିଭାବକ ମାନେ ନିଜ ସନ୍ତାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ନିଜର ସମସ୍ତ ସମ୍ବଳ ଖର୍ଚ୍ଚ କରନ୍ତୁ ବୋଲି କନ୍ଧମାଳ ସାଂସଦ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ସାଂସଦ ଡ.ଅଚ୍ୟୁତ ସାମନ୍ତ କହିଛନ୍ତି । ଏହି ଅବସରରେ ସୋର ବିଧାୟକ ପର୍ଶୁରାମ ଧଡ଼ା ଓ ସ୍କୁଲର ପ୍ରଧାନ ଶିକ୍ଷକ ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.