ଗଞ୍ଜାମ ଗୋଳନ୍ଥରା କୃଷି ବିଜ୍ଞାନ କେନ୍ଦ୍ରରେ ଅଖିମୁଠି ଅନୁକୂଳ, ଯୋଗଦେଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି । ପାରମ୍ପରିକ ପୂଜାର୍ଚ୍ଚନା କରିବା ପରେ ରାଜ୍ୟପାଳ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଅଖିମୁଠି ଅନୁକୁଳ କରିଥିଲେ । ଆଜି ଭଳି ଏକ ପବିତ୍ର ଦିନରେ କୃଷକ ମାନଙ୍କର ଉତ୍ତରୋତ୍ତର ଉନ୍ନତି ହେଉ ବୋଲି ଅଭିଭାଷଣରେ କହିଥିଲେ ରାଜ୍ୟପାଳ । ଏହାସହ ଦୁଇ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ରାଜ୍ୟପାଳ ।

ଏହାପରେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ କୃଷିଙ୍କୁ କିଭଳି ସୁବିଧା ସୁଯୋଗ ଦିଆଯାଉଛି ସେ ନେଇ କେନ୍ଦ୍ର ବୁଲି ଦେଖିଥିଲେ। କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଉପ ଜିଲ୍ଲାପାଳ ଦୀନା ଦସ୍ତାଗୀରଙ୍କ ସମେତ କୃଷି ବିଭାଗର ବହୁ ବରିଷ୍ଠ ଅଧିକାରୀଙ୍କ ସହ ରଙ୍ଗେଇଲୁଣ୍ଡା ବ୍ଲକର ଶତାଧିକ ଚାଷୀ ଯୋଗ ଦେଇଥିଲେ ।

 

 

ଆହୁରି ପଢ଼ନ୍ତୁ : ଆରମ୍ଭ ହୋଇଛି ଅଖିମୁଠି ଅନୁକୁଳ, ଧୁମଧାମର ସହିତ ପାଳନ କଲେ ବଲାଙ୍ଗୀର ଚାଷୀ ସମାଜ