ବାରବାଟି ବିଧାୟକ ମହମ୍ମଦ ମୋକିମଙ୍କ ଘରେ ରାଜ୍ୟପାଳ, କଟକର ସମସ୍ୟା ଲିଖିତ ଜଣାଇବାକୁ ଦେଲେ ପରାମର୍ଶ

କଟକ(କେନ୍ୟୁଜ୍): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ବାରବାଟି କଟକ ବିଧାୟକ ମହମ୍ମଦ ମୋକିମଙ୍କ ଘରକୁ ଯାଇଛନ୍ତି। ବିଧାୟକ ମହମ୍ମଦ ମୋକିମ ଓ ତାଙ୍କ ପରିବାର ଵର୍ଗଙ୍କୁ ରାଜ୍ୟପାଳ ଭେଟିବା ସହ ଦୀର୍ଘ ସମୟ ଧରି କଟକ ସହରର ଭଲମନ୍ଦ ବିଷୟରେ ସ୍ଥାନୀୟ ବିଧାୟକଙ୍କ ଠାରୁ ବୁଝିଥିଲେ।

mohammad mokim

କଟକ ସହରର ସମସ୍ୟା ଯାହା ରହିଛି, ସେ ସମ୍ପର୍କରେ ଲିଖିତ ଭାବେ ଜଣାଇବାକୁ ବିଧାୟକଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ରାଜ୍ୟପାଳଙ୍କ ବିଧାୟକଙ୍କ ଘରକୁ ଏହି ଗସ୍ତ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.