ଏସିବିରେ ଆହତଙ୍କୁ ଭେଟିଲେ ରାଜ୍ୟପାଳ, ସମ୍ପର୍କୀୟଙ୍କ ଠାରୁ ପଚାରି ବୁଝିଲେ ସ୍ୱାସ୍ଥ୍ୟବସ୍ଥା

ଭିନ୍ନ ୱାର୍ଡ କୁ ଯାଇ ଚିକିତ୍ସାଧୀନ ଆହତ ଓ ସେମାନଙ୍କ ସମ୍ପର୍କୀୟଙ୍କ ଠାରୁ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏସ୍‌ସିବି କର୍ତ୍ତୃପକ୍ଷ ଓ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ ରାଜ୍ୟପାଳ।

କଟକ(କେନ୍ୟୁଜ୍):  ଏସିବିରେ ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣା ଆହତଙ୍କୁ ଭେଟିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ। ବିଭିନ୍ନ ୱାର୍ଡ କୁ ଯାଇ ଚିକିତ୍ସାଧୀନ ଆହତ ଓ ସେମାନଙ୍କ ସମ୍ପର୍କୀୟଙ୍କ ଠାରୁ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏସ୍‌ସିବି କର୍ତ୍ତୃପକ୍ଷ ଓ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ ରାଜ୍ୟପାଳ। ଏସିବି ରେ ଆହତ ଙ୍କ ସ୍ୱାସ୍ତ୍ୟବସ୍ତା ପଚାରି ବୁଝିବା ପରେ ରାଜ୍ୟପାଳ କହିଥିଲେ ଏସିବି ରେ ଓଡିଶା ସମେତ ବିହାର , ପଶ୍ଚିମବଙ୍ଗ , ଝାଡ଼ଖଣ୍ଡର ଲୋକମାନେ ଚିକିତ୍ସିତ ହେଉଛନ୍ତି ।

ସତେ ଯେମିତି ଏହି ଆହତ ମାନଙ୍କୁ ମଦର ଇଣ୍ଡିଆ ଓ ପ୍ରଭୁ ଜଗନ୍ନାଥଙ୍କ ପୁଅ ଝିଅ ମାନେ ଚିକିତ୍ସିତ କରୁଛନ୍ତି।ଏସିବି ପକ୍ଷରୁ ଆହତ ମାନଙ୍କୁ ସର୍ବଶ୍ରେଷ୍ଠ ଚିକିତ୍ସା ଯୋଗାଇ ଦିଆଯାଉଛି।। ବର୍ତ୍ତମାନ ୧୪୯ ଆହତ ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା  ଭଲ ଅଛି । ଆଇ ସି ୟୁ ରେ ୧୨ ଜଣ ଅଛନ୍ତି ଓ ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ଅଛି । ଆଜି ସମସ୍ତେ ଏକାଠି ହୋଇ ଏହି ବିପଦ ସମୟରେ ଆହତ ଓ ଆହତ ପରିବାରଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ବୋଲି କହିଛନ୍ତି ରାଜ୍ୟପାଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.